ଅଶୋକନଗର ୮ ମ ଲାଇନ ସ୍ଥିତ
ଅଶୋକନଗର ୮ ମ ଲାଇନ ସ୍ଥିତ ଆୟୁଷ ହାର୍ବଲ ହେଲଥକେର ସେଣ୍ଟର ରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଇଥିଲା ଡାକ୍ତର ସୁରଜିତ ପାଣିଗ୍ରାହୀ ଙ୍କ ଦ୍ୱାରା ଓସିଟି ହସ୍ପିଟାଲ ର ସହଯୋଗରେ ଆୟୋଜିତ ଏହି ଶିବିରରେ ହେପାଟାଇଟିସ B, ହେପାଟାଇଟିସ C, ସାଇଫିଲିସ, ହେଚ ଆଇ ଭି ଓ ଟିବି ପରୀକ୍ଷା କରାଯାଇଥିଲା ୪୫ ଜଣ ବ୍ୟକ୍ତି ଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା, ଆୟୁଷ ତରଫରୁ ମାଗଣା ଔଷଧ ଦିଆ ଯାଇଥିଲା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀ ସୁବାଷ ମହାରଣା, ପୂର୍ବତନ ମେୟର ଶିବ ଶଙ୍କର ଦାଶ, ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ, ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ଶ୍ରଦ୍ଧାଞ୍ଜଳି ପାଢ଼ୀ, ପ୍ରଣବ କୁମାର ପଣ୍ଡା, ମନୋଜ ମହାପାତ୍ର, ଯତୀନ୍ଦ୍ର ନାଥ ତ୍ରିପାଠୀ, ବଂଶୀଧର ତ୍ରିପାଠୀ ଓ ରାଧା ରମଣ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l
