ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଆଡପ ମଣ୍ଡପ କୁ ବିଜେ କଲେ ମହାପ୍ରଭୁ।ରବିବାର ସକାଳ ୧୦ ଘଟିକା ରୁ ଆଡପ ମଣ୍ଡପ ଦର୍ଶନ।

ପୁରୀ ୧୯/୭ ଗତକାଲି ଅତ୍ୟନ୍ତ ଶୃଙ୍ଖଳାର ସହ ଆଡପ ମଣ୍ଡପ କୁ ବିଜେ କରିଛନ୍ତି କାଳିଆ ସାଆନ୍ତେ।କେବଳ କାଳିଆ ସାଆନ୍ତ ନୁହନ୍ତି। ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ମଧ୍ୟ ଅତ୍ୟନ୍ତ ଶୃଙ୍ଖଳା ର ସହ ଆଡପ ମଣ୍ଡପ ରେ ବିଜେ କରିଛନ୍ତି।ଶନିବାର ସଂଧ୍ୟାରେ ଚାରମାଳ ବନ୍ଧା ପରେ ରଥ ଉପରେ ନୀତି ସମ୍ପର୍ଣ୍ଣ ପରେ ଶ୍ରୀଜୀଉମାନଙ୍କୁ ପହଣ୍ଡି କରାଯାଇଥିଲା।ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡଭାଇ ବଳଭଦ୍ର,ତା ପରେ ମା ସୁଭଦ୍ରା ଓ ଶେଷରେ ବିଶ୍ବ ନିୟନ୍ତା କାଳିଆ ଠାକୁର ଟାହିଆ ଲଗାଇ, ବାମ ଡାହାଣକୁ ଝୁଲି ଝୁଲି ଚାରମାଳରୁ ତଳକୁ ଓହ୍ଲାଇ ଥିଲେ।ସମସ୍ତ ଠାକୁର ଙ୍କ ମସ୍ତକରେ ଟାହିଆ ଲଗାଯିବା ପରେ ସେମାନ ଙ୍କୁ ପହଣ୍ଡିରେ ଜନ୍ମ ବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପ କୁ ବିଜେ କରାଯାଇଥିଲା।ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ପହଣ୍ଡି ର ଚମତ୍କାର ଦୃଶ୍ୟ କୁ ଦେଖି ବିମୋହିତ ହୋଇ ପଡିଥିଲେ।ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହେଉଥିଲା ରଥସ୍ଥଳ।ଆଜି ଅଧିକ ସମୟ ମହାପ୍ରଭୁ ରଥରେ ବିରାଜମାନ କରିଥିବାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ।କାରଣ ଅଧିକ ସମୟ ଠାକୁର ମାନେ ରଥରେ ରହିଥିବାରୁ ଦୂରରୁ ଆସିଥିବା ଭକ୍ତ ମାନେ ମନଭରି ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ।ରଥଯାତ୍ରା ପୂର୍ବ ରାତି ରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବା ବେଳେ ଆଜି କିନ୍ତୁ ପାଗ ବେଶ ସୁନ୍ଦର ଥିଲା।ସମସ୍ତ ଭକ୍ତ ଏହି ସୁନ୍ଦର ପାଗର ଆନନ୍ଦ ନେଇ ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ କରିଥିଲେ।ସରକାର ଙ୍କ ନିର୍ଦ୍ଦେଶ ଓ ପ୍ରଶାସନ ର ସହଯୋଗ ରେ ସମସ୍ତ ବ୍ୟବସ୍ଥା କୁ ସୁନିୟନ୍ତ୍ରିତ କରାଯାଇଥିବା ବେଳେ ନୀତିକାନ୍ତି ମଧ୍ୟ ସଠିକ ଭାବେ ପରିଚାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *