ଉଦଳା ରେ ମହାବାହୁ ପତ୍ରିକା ଉନ୍ମୋଚନ l

ଉଦଳା ତା ୨୦/୭ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଘୋଷ ଯାତ୍ରା ରେ ମହାବାହୁ ଆଧ୍ୟାତ୍ମିକ ପତ୍ରିକା ଉନ୍ମୋଚନ ସ୍ଥାନୀୟ ସନ୍ଧନୀ ଗୃହ ପରିସର ମଧ୍ୟରେ ହୋଇଯାଇଛି l ସଭାପତି ଭାବରେ ଉଦଳା ର ବିଶିଷ୍ଠ ଶିକ୍ଷାବିଦ ଦିଲ୍ଲୀପ କୁମାର ଦୀକ୍ଷିତ ଯୋଗଦାନ କରିଥିଲେ l ମୁଖ୍ୟ ଅତିଥି ଭାବରେ ଉଦଳା ନିର୍ବାଚନ ମଣ୍ଡଳୀ ର ବିଧାୟକ ଭାସ୍କର ମଢେଇ , ଉଦଘାଟିକା ଭାବରେ ଉଦଳା ବିଜ୍ଞ ପିତ ଅଞ୍ଚଳ ପରିଷଦ ର ଅଧକ୍ଷା ପ୍ରମିଳା ପଣ୍ଡା, ବିଶିଷ୍ଠ ଅତିଥି ଭାବରେ ଉଦଳା ନିର୍ବାଚନ ମଣ୍ଡଳୀର କରିତକରମା ପୂର୍ବତନ ଯୁବ ବିଧାୟକ ଶ୍ରୀନାଥ ସୋରେନ , ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିଦ ପ୍ରଫୁଲ୍ଲ ମହାଳିକ , ମୁଖ୍ୟ ବକ୍ତା ଭାବରେ ପ୍ରାଧ୍ୟାପକ ଭୋଳା ନାଥ ସାହୁ , ଇ . ସୁବାସ ଚନ୍ଦ୍ର ପଣ୍ଡା ଯୋଗଦାନ କରିଥିଲେ l ଉକ୍ତ ମହାବାହୁ ଉନ୍ମ୍ମୋଚନ ଉତ୍ସବ ରେ ବହୁ ସଂଖ୍ୟା ରେ କବି, କବୟିତ୍ରୀ, ଭକ୍ତି ଜ୍ଞାନ ପିପାସୁ, ଉପସ୍ଥିତ ଥିଲେ l ଏହି ଉନ୍ମ୍ମୋଚନ ଉତ୍ସବରେ ଓଡିଶା ର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଶ୍ରୀଯୁକ୍ତ ବୀରଭଦ୍ର ସିଂ ଓ ରାଉରକେଲା ଆର. ଇ ସି ର ପ୍ରାକ୍ତନ ଅଧକ୍ଷ ଶ୍ରୀ ଯୁକ୍ତ ଡ଼. ଚକ୍ରଧର ପଣ୍ଡା କୁ ପୁଷ୍ପାଗୁଚ୍ଛ ଓ ମାନ ପତ୍ର ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା l

ମହାବାହୁ ପତ୍ରିକା ଆଗାମୀ ଦିନରେ ତାର ଭୁରୁ ଭୁରୁ ବାସ ରେ ଦିଗ ଦିଗନ୍ତ କୁ ବିମହିତ କରିବ ବୋଲି ସଭାପତି ଶ୍ରୀଯୁକ୍ତ ଦୀକ୍ଷିତ ତାଙ୍କ ଅଭିଭାଷଣ ରେ ପରି ପ୍ରକାଶ କରିବା ବେଳେ ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ମହାବାହୁ ପତ୍ରିକା ଭକ୍ତ ଓ ଭଗବାନ ମଧ୍ୟରେ ଏକ ସେତୁବନ୍ଧ ତିଆରି କରି ପାରିଛି କହିଲେ କିଛି ଭୁଲ ହେବନି ଏଇଥି ଲାଗି ଗୋଟିଏ ମଞ୍ଚରେ ଅନେକ ସୁଵକ୍ତା ,, ସୁନାମ ଧନ୍ୟ ଅତିଥି ମାନଙ୍କୁ ମହାବାହୁ ଙ୍କ ଅଶେଷ ଅଶେଷ କରୁଣା ମିଳି ପାରିଛି l ଖାଲି ସେତିକି ନୁହେଁ ଭାବାବେଗ ରେ ସମସ୍ତ କବି, କବିୟତ୍ରୀ , ଓ ଜ୍ଞାନ ପିପାସୁ ମାନଙ୍କୁ ଏକାକାର କରିପାରିଛି ବୋଲି ତାଙ୍କ ଅଭିଭାଷଣ ରେ କହିଥିଲେ ll ପରିଶେଷ ରେ ଉଦଳା ର ପ୍ରାକ୍ତନ ସଂସ୍କୃତ ଶିକ୍ଷକ ରଜତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିବାପରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା l.l

Leave a Reply

Your email address will not be published. Required fields are marked *