ମହିମା ପ୍ରଭୁ ଙ୍କ ବାର୍ଷିକ ବ୍ରହ୍ମ ଧୁନୀ କାର୍ଯ୍ୟକ୍ରମ
ମହିମା ପ୍ରଭୁ ଙ୍କ ବାର୍ଷିକ ବ୍ରହ୍ମ ଧୁନୀ କାର୍ଯ୍ୟକ୍ରମ।ରଘୁନାଥପୁର ତା ୨୬:୪:-ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରା:ପ ବିରାଟ କଟକ ଗ୍ରାମରେ ରବିବାର ବ୍ରହ୍ମ ମୁହୂର୍ତ୍ତରେ ମହିମା ପ୍ରଭୁ ଙ୍କ ଉଦ୍ଦେଶ୍ୟରେ ବ୍ରହ୍ମ ଧୁନୀ ସ୍ଥାପିତ ହୋଇ ସନ୍ଧ୍ୟା ବେଳେ ଜଗତ ଭକତଙ୍କର ତଥା ବିଶ୍ୱ କଲ୍ୟାଣ ନିମନ୍ତେ ଘୃତ ବତୀ ଅର୍ପଣ କରାଯାଇ ଧୂନୀକୁଣ୍ଡରେ ଘୃତାହୁତୀ କରାଯାଇଥିଲା। ଏଠାରେ ପ୍ରକାଶ ଥାଉ କି ଏହି କାର୍ଯ୍ୟକ୍ରମ ଟି ଏହି ଅଞ୍ଚଳର ବ୍ରହ୍ମ ଅବଧୂତ ବେଣୁଧର ବାବାଙ୍କ ତତ୍ତ୍ଵାବଧାନରେ ଅତିଥି ବାବା ବ୍ରହ୍ମ ଅବଧୂତ ନିଗମ ବାବା, ପବିତ୍ର ବାବା ସାଧୁ ହରମୋହନ ଦାସ, ସର୍ବେଶ୍ଵର ଦାସ ,ଘନ ଦାସ,ମୋହନ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ସାଧୁ ଅନନ୍ତ ଦାସ ପରିଚାଳନା କରିଥିବାବେଳେ ବିରାଟ କଟକ ଗ୍ରାମର ଭକ୍ତ ଏବଂ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।
