ଚରମ୍ପାର ମୁଖ୍ୟ ଡ୍ରେନ ଉପରେ ଜବରଦଖଲ ଉଚ୍ଛେଦ

ଚରମ୍ପାର ମୁଖ୍ୟ ଡ୍ରେନ ଉପରେ ଜବରଦଖଲ ଉଚ୍ଛେଦ

ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଚରମ୍ପା ପଥରଆଡି ଛକ ଠାରୁ ଡାହାଣୀଗଡ଼ିଆ ଛକ ପର୍ଯ୍ୟନ୍ତ NH-16 ସର୍ଭିସ ରୋଡ଼ ପାର୍ଶ୍ୱ ସରକାରି ରାସ୍ତା ଓ ଡ୍ରେନକୁ ଆଜି ପ୍ରଥମ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଅବରୋଧ ମୁକ୍ତ କରାଯାଉଅଛି । ସୂଚନା ଥାଉ କି, ଦୀର୍ଘ ଦିନରେ ଏହି ମୁଖ୍ୟ ଡ୍ରେନଟିକୁ ଜବରଦଖଲକାରୀମାନେ ନିଜ କବଜାକୁ ନେଇଯାଇଥିଲେ | ଏପରିକି ଆବଶ୍ୟ ଅନୁଯାଇ ଅନେକ ସ୍ଥାନରେ ଡ୍ରେନଟି ପୋତି ପାକାଇଥିଲେ ଅବରୋଧକାରୀ | ଫଳରେ ବିଷମ ସମସ୍ୟାର ସମ୍ମୁଖୀନ ହେଉଥିଲେ ଚରମ୍ପାବାସୀ, ବିଶେଷ କରି ବର୍ଷା ଦିନେ ଜଳ ନିଷ୍କାସନ ନେଇ ଜଟିଳ ସମସ୍ୟା ଉପୁଜିଥାଏ | ବିଗତ ଦିନରେ ଏ ନେଇ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନଥିଲେ | ତେବେ ସରକାର ପରିବର୍ତ୍ତନ ପରେ ଡ୍ରେନ ଅବରୋଧ ମୁକ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅବଗତ କରାଯାଇଥିଲା | ବିଧାୟକ ଏହି ସମସ୍ୟାକୁ ଗୁରୁତର ସହ ନେଇ ତୁରନ୍ତ ସମାଧାନ ପାଇଁ ଅଣ୍ଟା ଭିଡିଥିଲେ | ଜଲ୍ଲାପ୍ରଶାସନ ସହ ସମନ୍ବୟ ରଖି ଏ ଦିଗରେ କାର୍ଯ୍ୟ କରିଥିଲେ ବିଧାୟକ | ଫଳରେ ଦୀର୍ଘ ବର୍ଷ ଧରି ଜବରଦଖଲକାରୀଙ୍କ କବଜାରେ ଥିବା ଡ୍ରେନଟି ଆଜି ପ୍ରଥମ ଦିନରେ ଅବରୋଧ ମୁକ୍ତ କରାଯାଉଛି ଯାହାକୁ ନେଇ ସ୍ଥାନୀୟବାସୀ ଖୁସିଥିବା ବେଳେ ଦୀର୍ଘ ଦିନର ଏହି ସମସ୍ୟାରୁ ମୁକ୍ତି ମିଳିବ ବୋଲି ଆଶା କରିଛନ୍ତି |
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ,

Leave a Reply

Your email address will not be published. Required fields are marked *