ମାଲକାନଗିରି ଜିଲ୍ଲାରେ ୧୫୦ ତମ ଶ୍ରୀ ଅରବିନ୍ଦ ଜୟନ୍ତୀ ପାଳିତ


ମାଲକାନଗିରି ୧/୧୧- ସ୍ଥାନୀୟ ଟାଉନ ହଲରେ ଜୁଗଦ୍ରଷ୍ଟ। ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜୟନ୍ତୀ ଏକ ମନୋଜ୍ଞ ପରିବେଶ ମଧ୍ୟରେ ସମାହିତ ହୋଇ ଯାଇଛି।ଏଥିରେ ଜିଲ୍ଲା ଆବାହକ,ଶ୍ରୀଯୁକ୍ତ ବିଜୟାନନ୍ଦ ଦାସ ଙ୍କ ସମେତ, ବିଶେଷ ବକ୍ତା ଭାବରେ କେନ୍ଦ୍ରାପଡ଼ା ମତୃଭବନର ବିକାଶ ଚନ୍ଦ୍ର ପରିଡା,ମାଲକାନଗିରି ସି ଯେ ଏମ,ଶ୍ରୀଯୁକ୍ତ ବିଶ୍ବରଂଜନ ବେହେରା ଓ ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଶ୍ରୀ ଅରବିନ୍ଦ ଙ୍କ ସ୍ବପ୍ନ,ସାଧନା ,ସମର୍ପଣ ଭାବ ଓ ସ୍ୱାଧ୍ୟାୟ ସଂପର୍କରେ ଗଭୀର ଆଲୋକପାତ କରିଥିଲେ।ସଭା ର ପ୍ରାରମ୍ଭ ରେ ଶ୍ରୀ ସିତାଂଶୁ ଶ୍ରୀ ଦୁର୍ଗା ସ୍ତୋତ୍ର
ପାଠ କରିଥିବାବେଳେ ଶ୍ରୀମତୀ ଶିବଲକ୍ଷମୀ ଧ୍ୟାନ ପ୍ରାର୍ଥନା ପାଠ କରି
ଶତାଧିକ ଶ୍ରୋତୃବର୍ଗ ଙ୍କୁ ମନ୍ତ୍ର ମୁଗ୍ଧ କରି ଦେଇ ଥିଲେ।ଶ୍ରୀ ସନ୍ତୋଷ ପତି ଅରବିନ୍ଦ
ଦର୍ଶନ/ସାହିତ୍ୟ ର ଏକ ଦୁର୍ମୂଲ୍ୟ ପ୍ରଦର୍ଶନୀ ଆୟୋଜନ କରି ସାଧାରଣରେ ଦୃଷ୍ଟି ଆକର୍ଷଣ କରିଥିଲେ। ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଏହି ଭଳି ଆଧ୍ୟାତ୍ମିକ ପାଠ ଚକ୍ର ବେଶ୍ ଜନାଦୃତ ହେବାର ଲକ୍ଷ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *