ମାଲକାନଗିରି ମହିଳା ମହାବିଦ୍ୟାଳୟରେ ଭୋଟର ସଚେତନତା କର୍ମଶାଳା
ମାଲକାନଗିରି,୧୭/୧୧– ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦେଶ କ୍ରମେ, ଜିଲ୍ଲା ରିଟର୍ନିଙ୍ଗ ଅଫିସର ତଥା ଉପଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ, ମାଲକାନଗିରି ଜିଲ୍ଲାର ୧୪ ଟି ମହାବିଦ୍ୟାଳୟରେ, ଆଜି ଏକ ସମୟରେ ଭୋଟର ସ୍ରଚେତାବତା କର୍ମଶାଳା ମାନ ଆୟୋଜନ କରାଯାଇ , ସମସ୍ତ ଛାତ୍ରୀ ମାନଙ୍କୁ(ଯେଉଁ ମାନଙ୍କର ବୟସ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ ବର୍ଷ ହେଉଛି )ଆଗାମୀ ନିର୍ବାଚନ ପ୍ରକ୍ରିୟା ନିମନ୍ତେ ନିଜର ନାମ ପଞ୍ଜିକୃତ କରିବାର ଆବଶ୍ୟକତା ସମ୍ପର୍କରେ ସଚେତନ କରାଯାଇଥିଲା। ଜିଲ୍ଲା ସଦର ମହକୁମାରେ ସ୍ଥିତ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ, ଶ୍ରୀଯୁକ୍ତ ଦୁଷ୍ମନ୍ତ ଜେନାଙ୍କ ସହ ପ୍ରଶାସନ ପକ୍ଷରୁଶ୍ରୀମତୀ ସାଗରୀକା ସାହୁ ସମ୍ବିଧାନର ସଂଶୋଧିତ ନିୟମାନୁଯାୟୀ ୧୦୦% ପଞ୍ଜିକରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଶ୍ରୀ ଜେନା, ଛାତ୍ରୀ ମାନଙ୍କୁସେମାନଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ଏହି ବିଷୟରେ ସସଚେତନ କରିବାର ଆବଶ୍ୟକ ଅଛି ବୋଲି କହିଥିଲେ। କ୍ରୀଡା ଅଧ୍ୟାପକ, ଶ୍ରୀ ପ୍ରଦୀପ ଶତପଥି ଏହି ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିବା ଲାଗି ଥିବା ଆପର ବ୍ୟବହାର କରିବାର କୌଶଳ ଶିଖାଇ ଥିଲେ। ଫଳ ସ୍ୱରୂପ, ମହାବିଦ୍ୟାଳୟ ର ୧୦୫ ଜଣ ଛାତ୍ର
