ପ୍ରତ୍ୟେକ ଶନିବାର ଦିନ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ଦାବିରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟ ମନ୍ଦିର ସାମ୍ନାରେ ଧାରଣା

କୋଣାର୍କ – ଆଜି ପୂର୍ବାହ୍ନ ରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟ ମନ୍ଦିର ର ସୁରକ୍ଷା ,ନୂତନ କରି ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ ସହିତ ପ୍ରତ୍ୟେକ ଶନିବାର ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ପାଇଁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟ ମନ୍ଦିର ସାମ୍ନା ରେ ଧାରଣା । ଆଜକୁ ପ୍ରାୟ ୨୬ ବର୍ଷ ଧରି ଆନ୍ଦୋଳନ କରିଆସୁଥିବା କୁହନ୍ତି କୋଣାର୍କ ସୁରକ୍ଷା ସମିତି ର ସଭାପତି ଶ୍ରୀ ବାଦଲ ଦାଶ। ଅନ୍ୟ ପକ୍ଷରେ ଦେଖିବାକୁ ଗଲେ କୋଣାର୍କ ସୂର୍ଯ୍ୟ ମନ୍ଦିର ରକ୍ଷଣା ବ୍ୟକ୍ଷଣ ଦିଗରେ ବିକାଶ କରାଯିବା ସହିତ ସ୍ଥାନୀୟ ଲୋକଙ୍କ ସମେତ ଆସୁଥିବା ପାର୍ଯ୍ୟଟକ ମାନଙ୍କ ପାଇଁ ପ୍ରତ୍ୟେକ ଶନିବାର ପ୍ରବେଶ ଶୁଳ୍କ ଛାଡ଼ କରାଯାଉ ବୋଲି ସରକାର ଙ୍କ ନିକଟରେ କୋଣାର୍କ ସୁରକ୍ଷା ସମିତି ର ଆବାହକ ଭାଗିରଥି ସ୍ୱାଇଁ ଓ କୋଣାର୍କ ସୁରକ୍ଷା ସମିତି ର ସମ୍ପାଦକ ରାମକୃଷ୍ଣ ମହାନ୍ତି ଦାବିକରିଛନ୍ତି । ଦୀର୍ଘ ୨୬ ବର୍ଷ ହେବ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କୁ ସୁଦୃଢ଼ କରିବା ସହିତ ପ୍ରତ୍ୟେକ ଶନିବାର ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରିବା ଦିଗରେ ଆନ୍ଦୋଳନ କରିଆସୁଥିବା ବେଳେ ଯଦି ସରକାର ଦାବି ନ ଶୁଣନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ସଂସ୍କୃତି ଗବେଷକ ଶକ୍ତିଦେଵ ଶତପଥୀ କହିଛନ୍ତି।ଗୋଟିଏ ପଟେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ARKOLOGICAL SERVE OF INDIA ର ମନମୁଖୀ କାର୍ଯ୍ୟକଳାପ ସମେତ ସୂର୍ଯ୍ୟ ମନ୍ଦିର ସୁରକ୍ଷା ଓ ପ୍ରତ୍ୟେକ ଶନିବାର ପ୍ରବେଶ ଶୁଳ୍କ ଛାଡ଼ କୁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର କଣ ନେଉଛନ୍ତି ପଦକ୍ଷେପ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *