ମଣିଷ
ଦୁନିଆଁ ଭିତରେ ମଣିଷ ଜନମ ସୁଖ ଦୁଃଖର ବନ୍ଧୁ
ମଣିଷ ପଣିଆ ଥିଲେ ମଣିଷ ର ତୃପ୍ତ ହୁଏ କୃପାସିନ୍ଧୁ।
ଦୁର୍ଲ୍ଲଭ ଜନମ ସବୁ ଜୀବ ଠାରୁ ମଣିଷ ଯେ ପାଇଥାଏ
ସେଥିପାଇଁ ପରା ମଣିଷ ପଣିଆ ମଣିଷ ପାଖରେ ଥାଏ।
ମଣିଷ ପଣିଆ ନଥିଲେ ତାଠାରେ ପଶୁଠାରୁ ସିଏ ହୀନ
ତାକୁ କେହି କେବେହେଲେ ସୁଦ୍ଧା ମଣିଷ ମଧ୍ୟରେ କରିନାହାନ୍ତି ଯେ ଗଣ୍ୟ।
ଜୀବେ ଦୟାଭାବ ଜୀବନ ମଧ୍ୟରେ ସମସ୍ତ ପାଖରେ ରହୁ
ଏତିକି ଅଳି ଯେ ବିଭୁଙ୍କ ପୟରେ ମନମୋର ରହୁଥାଉ।
ଅନ୍ତିମ ସମୟେ ଦରଶନ ଦେବେ ଯଦି ପ୍ରଭୁ ନାରାୟଣ
ମଣିଷ ଜୀବନ ସାର୍ଥକ ହୋଇବ
ଦୟାମୟ ନାରାୟଣ।


ପ୍ରକୃତି ବନ୍ଧୁ ହରିହର ସାହୁ, ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ।
ରାଜ୍ୟ, ପ୍ରକୃତି ବନ୍ଧୁ, ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ

Leave a Reply

Your email address will not be published. Required fields are marked *