ନୟାଗଡ଼ ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁ ରାଜ୍ୟ ସେବା କଂଗ୍ରେସ ଷ୍ଟିୟରିଂ କମିଟି ସଭ୍ୟ ହେଲେ
ନିଖିଳ ଭାରତ କଂଗ୍ରେସ ସେବାଦଳର ମୂଖ୍ୟ ସଂଗଠକ ଲଲାଜୀ ଦେଶାଇ ଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ଷ୍ଟିଅରିଂ କମିଟିର ସଦସ୍ୟ ଭାବେ ନୟାଗଡ଼ ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁଙ୍କୁ ନୂତନ ନିଯୁକ୍ତି ମିଳିଥିବାରୁ ପ୍ରଦେଶ କଂଗ୍ରେସ ସେବାଦଳ ମୂଖ୍ୟ ସଂଗଠକ ଡ଼ଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ମହୋଦୟ, ନିଖିଳ ଭାରତ କଂଗ୍ରେସ ସେବାଦଳ ମୂଖ୍ୟ ସଂଗଠକ ଲଲାଜୀ ଦେଶାଇ ମହୋଦୟ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମହୋଦୟଙ୍କ ନିକଟରେ ଶ୍ରୀଯୁକ୍ତ ସାହୁ ଚିର କୃତଜ୍ଞତା ଜ୍ଞାପନ କରିବା ସହ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।ଆଗାମୀ ଦିନରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ କିପରି ସାରା ରାଜ୍ୟରେ କ୍ରିୟାଶୀଳ ହେବ ସେ ଦିଗରେ ସେ ଅହରହ ଉଦ୍ୟମ କରିବେ ବୋଲି କହିବା ସହ ତାଙ୍କୁ ମିଳିଥିବା ଗୁରୁ ଦାୟିତ୍ୱକୁ ସେ ସୂଚାରୁରୂପେ ସମ୍ପାଦନା କରିବେ ବୋଲି ଆମ୍ଭ ପ୍ରତିନିଧିଙ୍କୁ ଜଣାଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଶ୍ରୀଯୁକ୍ତ ସାହୁ ନୟାଗଡ଼ର ପୂର୍ବତନ ବିଧାୟକ ସ୍ବର୍ଗତ ବଂଶୀଧର ସାହୁଙ୍କ ପୁତ୍ର ଅଟନ୍ତି।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼, “ତୀର୍ଥକ୍ଷେତ୍ର”
