ମସାମତ୍ ସମେରୁନ୍ ଖାତୁନ୍ ଙ୍କ ପି. ଏଚ୍.ଡି ଲାଭହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନର ଆସିଷ୍ଟାଣ୍ଟ ପ୍ରଫେସର

ମସାମତ୍ ସମେରୁନ୍ ଖାତୁନ୍ ଙ୍କ ପି. ଏଚ୍.ଡି ଲାଭହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନର ଆସିଷ୍ଟାଣ୍ଟ ପ୍ରଫେସର (ବର୍ତ୍ତମାନ ପାଇଁ ନିୟୋଜିତ ଏବଂ କାର୍ଯରତ D.A.V CTE, Koraput )ରେଭେନ୍ସା ବିଶ୍ୱବିଦ୍ୟାଳୟ ରୁ ଡ଼କ୍ଟରେଟ ଉପାଧି ଲାଭ କରିଛନ୍ତି।ଶିକ୍ଷା ବିଭାଗର ପ୍ରଫେସର ଡ଼ଃ ଶରତ କୁମାର ରାଉତଙ୍କ ମାର୍ଗଦର୍ଶନରେ ଲିଖିତ ତାଙ୍କର ସନ୍ଦର୍ଭ “ATTITUDE AND PERCEPTION OF UNIVERSITY FACULTY MEMBERS TOWARDS OPEN EDUCATIONAL RESOURCES IN RELATION TO DEMOGRAPHIC VARIABLES AND TECHNOLOGICAL SELF EFFICACY”ଚୋଧୁରୀ ରଣବୀର ସିଂ ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରଫେସର ସନ୍ଦୀପ ବରୱାଲ୍ ଓ ମହାରାଜା ସୟାଜି ରାଓ ବିଶ୍ୱବିଦ୍ୟାଳୟ ବରୋଦାର ଶିକ୍ଷା ବିଭାଗର ପ୍ରଫେସର ଆଶୁତୋଷ ବିଶ୍ୱାଳଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି,ଏଠାରେ

ଉଲ୍ଲେଖଯୋଗ୍ୟ ମସାମତ୍ ସମେରୁନ୍ ଖାତୁନ୍ ଖୋର୍ଦ୍ଧା ଜିଲ୍ଲାର ସୁନ୍ଦରପଦା ଆଜାଦ ନଗର ଗ୍ରାମର ନିବାସୀ ଶେଖ ସୁଲେମାନ୍ ଅଲ୍ଲୀ ଓ ସାଲେହା ବିବିଙ୍କ କନ୍ୟା ଏବଂ ନିମାପଡା ଦିଘାଳୋ ନିବାସୀ ଶେଖ୍ ଫକୀର ଓ ଫାତିମା ବିବିଙ୍କ ପୁତ୍ରବଧୂ ଅଟନ୍ତି, ତାଙ୍କର ଏହି ସଫଳତା ପାଇଁ ପିତାମାତା, ମାର୍ଗଦର୍ଶକ, ସ୍ୱାମୀ ଶେଖ୍ ସାବିର, ପୁତ୍ର ଶେଖ୍ ଦିଲସାଦ୍, ଭାଇ ସାହାଜାହାନ୍,ସଲିମ୍, ସୋହିଲ୍, ସାହିଦ୍, ଶିକ୍ଷକ ପ୍ରଫେସର ସୁଦର୍ଶନ ମିଶ୍ର,ପ୍ରଫେସର ଗୌରାଙ୍ଗ ଚରଣ ନନ୍ଦ,ଡ଼ଃ ବିକଳି ଚରଣ ଦାଶ, ଡ଼ଃ ଦଧିବାମନ ଟାଲି,ପ୍ରଫେସର ସତ୍ୟନାରାୟଣ ପଣ୍ଡା, ପ୍ରଫେସର ଦେବେନ୍ଦ୍ର କୁମାର ସେଟ୍ଟି,ସହକର୍ମୀ ଶ୍ରୀମତୀ ଝରଣା ସାହୁ,ସାଙ୍ଗ ଡ଼ଃ ପ୍ରଶାନ୍ତ ମଲ୍ଲିକ ଆଦି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

Leave a Reply

Your email address will not be published. Required fields are marked *