ଖଣ୍ଡୁଆ ପାଟ ର ମାନ ରହୁ :
-ରାହାମା (୨୪/୪)ଶ୍ରୀ ଜଗନ୍ନାଥ ଙ୍କ ପ୍ରିୟ ହେଉଛି, ମହାପ୍ରଭୁ ଙ୍କ ଖଣ୍ଡୁଆ ପାଟ ! କିନ୍ତୁ ସେହି ଖଣ୍ଡୁଆ ପାଟ ଆଜି କାଲି ବିଭିନ୍ନ ମଞ୍ଚ ରେ ସମ୍ବର୍ଦ୍ଧିତ ବ୍ୟକ୍ତି ମାନଙ୍କୁ ପ୍ରଦାନ କରାଯାଉଛି ! ବିଭିନ୍ନ ରାଜନୈତିକ ମଞ୍ଚ ହେଉ ବା ସାମାଜିକ ମଞ୍ଚ ସବୁଠି ଏହି ଦେବଦୁର୍ଲଭ ପାଟ ର ସମ୍ବର୍ଦ୍ଧନା ନାମ ରେ ଅମର୍ଯ୍ୟାଦା ହେଉଛି ! ଯେଉଁଠି ମହାପ୍ରଭୁ ଙ୍କ ଏହି ପାଟ କୁ କେବଳ ସେବା ପୂଜା ସମୟ ରେ ବ୍ରାହ୍ମଣ, ପଣ୍ଡିତ, ସାଧୁସନ୍ଥ ବ୍ୟବହାର କରୁଥିଲେ କିନ୍ତୁ ଏବେ କିଛି ବ୍ୟକ୍ତି ଏହାକୁ କାନ୍ଧରେ ପକାଇ, ଖାଇବା ଠାରୁ ପରିସ୍ରା କରିବା ସମୟ ରେ ମଧ୍ୟ ଦେଖିବାକୁ ମିଳୁଛି ! ଏ ନେଇ କିଛି ଜଗନ୍ନାଥ ଭକ୍ତ ସମାଜ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଏପରି ଶ୍ରୀଜଗନ୍ନାଥ ଙ୍କ ଖଣ୍ଡୁଆ ପାଟ ର ଅମର୍ଯ୍ୟାଦା ର ବାରଣ ପାଇଁ ପୁରୀ ର ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ ଧୃତିଧର ଦାସ , ପ୍ରାନ୍ତୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ଃ ଅରୁଣ ପାଣି , ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ର ଆବାହକ ସରୋଜ କୁମାର ନାୟକ , ଶ୍ରୀଜଗନ୍ନାଥ ଟ୍ରଷ୍ଟ, ପାରାଦ୍ୱୀପ ର ସଭାପତି ଆଇନଜୀବି ଦେବବ୍ରତ ସାହୁ , ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଅମ୍ରିତା ତରାଇ , ମନୋଜ ସେଠି, ସୁନାକର ବାରିକ, ସାରଦା ମଲ୍ଲ,, ବିଶ୍ବଜିତ ବେହେରା ପ୍ରମୁଖ !
