କାକଟପୁର ଥାନାରେ ମେଗା ରକ୍ତଦାନ ଶିବିର*.

କାକଟପୁର,୦୨.୦୯- କାକଟପୁର ଥାନା ପରିସରରେ ଗାନ୍ଧୀ ଜୟନ୍ତୀରେ ଏକ ମେଗା ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଛି। ଶିବିରରେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତିକ ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ୍, ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜନାର୍ଦ୍ଦନ ପାଢ଼ୀ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ପୋଲିସ କର୍ମଚାରୀ ଓ ସାଧାରଣ ଲୋକଙ୍କ ସକ୍ରିୟ ଅଂଶଗ୍ରହଣରେ ମୋଟ ୧୦୨ ଜଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଛି। ରକ୍ତଦାନ ମାଧ୍ୟମରେ ଆବଶ୍ୟକତାବୋଧ କରୁଥିବା ରୋଗୀଙ୍କୁ ସହାୟତା କରିବା ଏବଂ ଜୀବନ ରକ୍ଷାରେ ସହଯୋଗ କରିବା ଏହି ଉଦ୍ୟମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *