ଆଇ ର ଶୁଦ୍ଧିକ୍ରିୟା ନିମନ୍ତେ ନଦୀ କୁ ଯାଇଥିବା ବେଳେ ପାଣିରେ ବୁଡି ନାବାଳକ ନାତି ମୃତ
ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବଡସୁଆଳୋ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଇ ର ଶୁଦ୍ଧିକ୍ରିୟା ନିମନ୍ତେ ପରିବାର ଓ ବନ୍ଧୁବାନ୍ଧବ ଙ୍କ ସହ ନଦୀ କୁ ଆସିଥିବା ବେଳେ ପାଣିରେ ବୁଡି ୧୧ ବର୍ଷୀୟ ନାବାଳକ ନାତି ର ମୃତ୍ୟୁ ହୋଇଛି l ପ୍ରକାଶ ଯାଜପୁର ଜିଲ୍ଲା ଟମକା ଅଞ୍ଚଳ ର ସୁରେଶ ବାରିକ ଙ୍କ ନାବାଳକ ପୁଅ ମିହିର ବାରିକ ନିଜ ଆଇ ଙ୍କ ଶୁଦ୍ଧିକ୍ରିୟା ନିମନ୍ତେ କାମାକ୍ଷାନଗର ଥାନା ହାଟୁଆରୀ ଗ୍ରାମ କୁ ଆସିଥିଲେ l ଆଜି ପରିବାର ଓ ବନ୍ଧୁବାନ୍ଧବ ଙ୍କ ସହ ଆଇ ର ଶୁଦ୍ଧିକ୍ରିୟା ପାଇଁ ସ୍ଥାନୀୟ ରାମିଆଳ ନଦୀ କୁ ଯାଇଥିବା ବେଳେ ମିହିର ଙ୍କ ଗୋଡ଼ ନଦୀ ର ଗଭୀର ଜଳ ରେ ଖସି ଯାଇଥିଲା l ତୁରନ୍ତ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରି ମିହିର କୁ ନଦୀ ରୁ ଉଦ୍ଧାର କରି ଏକ ବାଇକ ଯୋଗେ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଥିଲେ l ମାତ୍ର ସେଠାରେ ଡାକ୍ତର ମିହିର ଙ୍କୁ ମୃତ ଘୋଷଣା କରିଥିଲେ l
