ପାରମ୍ପରିକତାର ଏକ ଅଲୌକିକ ଦୃଶ୍ୟ

ପୁରୁଷୋତ୍ତମପୁର ୨୦/୪()ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରରେ ଦେଖାଗଲା କୃଷି ପାରମ୍ପରିକତାର ଏକ ଅଲୌକିକ ଦୃଶ୍ୟ । ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର କୃଷକ ସଂଘ ପକ୍ଷରୁ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଗମ୍ଭୀରତା ଓ ଭକ୍ତିଭାବ ସହିତ ପାଳିତ ହେଲା ‘ଅଖିମୁଠି ବପନ’ କାର୍ଯ୍ୟକ୍ରମ। ପୂର୍ବବର୍ଷଗୁଡ଼ିକର ପରମ୍ପରାକୁ ଅନୁସରଣ କରି ଏହିବର୍ଷ ମଧ୍ୟ କୃଷିର ଉନ୍ନତି, ଭଲ ଫସଲ ଓ ଚାଷୀମାନଙ୍କ ସମୃଦ୍ଧି ପାଇଁ ଏହା ଆୟୋଜିତ ହୋଇଥିଲା।

ସକାଳୁ ମନ୍ଦିର ପ୍ରାଙ୍ଗଣରେ ଚାଷୀମାନେ ଏକତ୍ରିତ ହୋଇ ବାବା ସ୍ଵପ୍ନେଶ୍ଵର ଓ ଲକ୍ଷ୍ମୀନାରାୟଣଙ୍କୁ ସ୍ମରଣ କରି ପୂଜାର୍ଚ୍ଚନା କରିଥିଲେ। କାକରା, କ୍ଷୀରି, ପାଚିଲା ଫଳ, ନଡ଼ିଆ, ବିହନ, ଧୂପ ଓ ଦୀପ ଦେଇ ପୂଜା ପୁଜି କରାଯାଇଥିଲା। ପୂଜାର ପରିବେଶ ଭକ୍ତିମୟ ହୋଇଉଠିଥିଲା ଏବଂ ସମସ୍ତ ଉପସ୍ଥିତ ଚାଷୀ ଓ ଭକ୍ତମାନେ କୃଷି ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ତାପରେ ହୁଳହୁଳି ଓ ଘଣ୍ଟବାଦ୍ୟ ମଧ୍ୟରେ ଏକ ଶୋଭାଯାତ୍ରା ସଦୃଶ ପରିବେଶ ସୃଷ୍ଟି ହୋଇ ଚାଷୀମାନେ ଧାନ କ୍ଷେତକୁ ପ୍ରବେଶ କରିଥିଲେ। କ୍ଷେତରେ ପହଞ୍ଚି ସୂର୍ଯ୍ୟନାରାୟଣଙ୍କୁ ପୂଜା କରାଯାଇଥିବା ସହ ହଳ ଓ ଲଙ୍ଗଳକୁ ପୂଜା କରାଯାଇଥିଲା, ଯାହା କି କୃଷି ଜୀବନର ଅବିଭାଜ୍ୟ ଅଂଶ। କ୍ଷୀର, ଚାଉଳ, ହଳଦୀ ଓ ଚନ୍ଦନ ଦେଇ ଧାନ ବିହନର ପୂଜା କରି ‘ଅଖିମୁଠି ବପନ’ ମାଧ୍ୟମରେ ଧାନ ବପନ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଚାଷୀମାନେ ପାରମ୍ପରିକ କୃଷି ଗୀତ ଗାଇ ଉତ୍ସାହ ଓ ଆନନ୍ଦର ସହିତ କୃଷି କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୃଶ୍ୟ ଗ୍ରାମୀଣ ଜୀବନର ସରଳତା ଓ ସଂସ୍କୃତିକୁ ପ୍ରତିବିମ୍ବିତ କରିଥିଲା। ପୌରାଣିକ ବିଶ୍ୱାସ ଅନୁଯାୟୀ, ଅକ୍ଷୟ ତୃତୀୟା ଦିନରେ କୃଷି କାମ ଆରମ୍ଭ କଲେ ଫସଲ ଭଲ ହୁଏ ଓ ବର୍ଷଟି ସମୃଦ୍ଧିମୟ ହୋଇଉଠେ, ଯାହାକୁ ମନେରେ ରଖି ପ୍ରତ୍ୟେକ ଚାଷୀ ଏହି ଦିନକୁ ଅତ୍ୟନ୍ତ ଶୁଭ ଭାବରେ ଗ୍ରହଣ କରନ୍ତି। ଏହି ଅବସରରେ ଋଷିକୁଲ୍ୟା ରୟତ ମହାସଂଘର ସମ୍ପାଦକ ସିମାଞ୍ଚଳ ନାହାକ, ସଂଘର ସଭାପତି ଆଇ. ମୁକୁନ୍ଦ ରାଓ, ସମ୍ପାଦକ କିଶୋର ସାସମଲ ଙ୍କ ସହ ବହୁ ସଂଖ୍ୟକ ଚାଷୀ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ରହିଥିଲେ। ଅତିଥିମାନେ ତାଙ୍କ ଉଦବୋଧନର

Leave a Reply

Your email address will not be published. Required fields are marked *