ମିଶନଶକ୍ତି ମହିଳା ଗ୍ରୁପ ରୁ ଚାନ୍ଦା ଆଦାୟ ଅଭିଯୋଗ।ଏକପାଖିଆ ତଦନ୍ତ କଲେ ଅଧିକାରୀ

: ରାଜ୍ୟ ରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରେଇବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ମିଶନ ଶକ୍ତି ଯୋଜନା ମାଧ୍ୟମ ରେ ଅନେକ ସୁବିଧା ଯୋଗାଇଦିଆଯାଇଛି | ମହିଳା ମାନେ କୌଣସି କ୍ଷେତ୍ର ରେ କମ ନୁହନ୍ତି | ଏହି ଅଭିଯାନ ପାଇଁ ମିଶନ ଶକ୍ତି, ଓଡିଶା ରାଜ୍ୟ ରେ ମିଶନ ଶକ୍ତି ପାଇଁ ସାରା ଭାରତ ବର୍ଷ ରେ ସୁନାମ ଅର୍ଜନ କରିଛି | କିନ୍ତୁ ହଁ ଆଜ୍ଞା ଏହି ମିଶନ ଶକ୍ତି ମାଧ୍ୟମ ରେ ସରକାର ଙ୍କ ତରଫରୁ ବିଭିନ୍ନ ଯୋଜନା ରେ ଆସୁଥିବା ଅର୍ଥ ଓ ଆବଶ୍ୟକ ସ୍କିମ ଗୁଡିକର ଫାଇଦା ଉଠେଇବାକୁ ମହିଳା ଗ୍ରୁପ ଙ୍କ ଠାରୁ ଚାନ୍ଦା ଆଦାୟ ହେଉଥିବା ନେଇ ଅଭିଯୋଗ ହୋଇଛି |

ଡ୍ରେସ କୋର୍ଡ ଓ ଶାଢ଼ୀ କିଣିବାକୁ ଆସୁଥିବା ପଇସା ପାଇଁ ଗ୍ରୁପ ପିଛା ୨୦୦ଟଙ୍କା ଯଥା ଗୋଟେ ସଭ୍ୟା ପିଛା ୨୦/-ଟଙ୍କା ଆଦାୟ କୁ ନେଇ ଅଭିଯୋଗ ହୋଇଛି| ବ୍ଲକ ପ୍ରଶାସନ ରେ, ଅଭିଯୋଗ ଆଣିଛନ୍ତି କାକଟପୁର ବ୍ଲକ କୁରୁଜଙ୍ଗ ପଞ୍ଚାୟତ ଯମରା ଗ୍ରାମ ଶୂନ୍ୟ ବ୍ରହ୍ମ ମହିଳା ଗ୍ରୁପ ଓ ଜନନୀ ସ୍ୱୟଂ ସହାୟକ ଗୋଷ୍ଠୀ | ଅଭିଯୋଗ ମୁତାବକ ଶାଢ଼ୀ ବାବଦରେ ଅଧିକ ଅର୍ଥ ଆସିଛି କିନ୍ତୁ ସିଆରପି ଓ ଇସି ସଭ୍ୟା ଏ ବାବଦରେ ମୁଣ୍ଡ ପିଛା ଚାନ୍ଦା ଆଦାୟ କରୁଛନ୍ତି | ଅନ୍ୟ ସ୍କିମ ରେ ଗ୍ରୁପ କୁ ମଧ୍ୟ ହାତଗୁଞ୍ଜା ମାଗୁଛନ୍ତି |ଏହା ମହିଳା ମହାସଂଘ ନିର୍ଦ୍ଦେଶ ରେ ହେଉଛି ବୋଲି ଗ୍ରୁପ ସଭ୍ୟା ମାନେ ସଂଗୀନ ଅଭିଯୋଗ ଆଣୁଛନ୍ତି | ଯାହାକୁ ନେଇ ମହିଳା ଓ ଶିଶୁକଲ୍ୟାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ଏକ ତଦନ୍ତ କାରି ଟିମ୍ କୁ ପଠାଯାଇଥିଲା ଉକ୍ତ ସ୍ଥାନ କୁ, କିନ୍ତୁ ଅଭିଯୋଗ ଆଣିଥିବା ମହିଳା ମାନଙ୍କୁ ସନ୍ତୋଷ ଜନକ ତଦନ୍ତ ରିପୋର୍ଟ ଦେଇପାରିନି ଏହି ଟିମ୍, ଏକ ପାଖିଆ ତଦନ୍ତ କରୁଛନ୍ତି। ମହିଳା ମହାସଂଘ ପ୍ରିୟା ପ୍ରୀତିରେ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଛନ୍ତି ତଦନ୍ତ ଅଧିକାରୀ ଯାହାକୁ ନେଇ କ୍ଷବ୍ଧ ପ୍ରକାଶ କରିଛନ୍ତି ଗ୍ରୁପ ର ମହିଳାଏମାନଙ୍କ ଅଭିଯୋଗ ଯେ ଯେଉଁ ଟିମ୍ ବ୍ଲକ ରୁ ଆସିଥିଲା, ଆମକୁ ଆମ ହିସାବ ଓ ଖର୍ଚ୍ଚ ବାବଦରେ ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ, କିନ୍ତୁ ଆମ ଅଭିଯୋଗ ଉପରେ କୌଣସି ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତି ନଥିଲେ, କି ଯାହା ନାମ ରେ ଅଭିଯୋଗ ହୋଇଛି ତାଙ୍କୁ ଉକ୍ତ ସ୍ଥାନକୁ ଡାକିନଥିଲେ, ତାହେଲେ ଏ କେଉଁ ପ୍ରକାର ତଦନ୍ତ, ଅଭିଯୁକ୍ତ ଇଶି ମେମ୍ବର, ସିଆରପି କି ମହିଳା ମହାସଂଘ ସଭାନେତ୍ରୀ ଙ୍କୁ ତଦନ୍ତ ଭୁକ୍ତ କରା ନଯାଇ ମନମୁଖୀ ଏକ ପାଖିଆ ତଦନ୍ତ କରୁଛନ୍ତି ବ୍ଳକ୍ ମିଶନ ଶକ୍ତି ବିପିଶି ଓ ବିପିଏମ୍। କେବଳ ସେତିକି ନୁହେଁ ତଦନ୍ତ ସାରି ଫେରୁଥିବା ଟିମ୍ କୁ ଗଣମାଧ୍ୟମ ତରଫରୁ ପଚରାଯାଇଥିଲା, କିନ୍ତୁ ସେ ବୁମ୍ ଠେଲି ପଳାଇଯାଇଥିଲେ,।, ମହିଳା ମାନେ ଆଣୁଛନ୍ତି ପାଲଟା ଅଭିଯୋଗ, ତଦନ୍ତ ଟିମ୍ ଅଭିଯୋଗ ଉପରେ ତଦନ୍ତ କରିବାକୁ ଆସି ଏଠି ଅନ୍ୟ ବିଷୟରେ ଆଲୋଚନା କାଇଁ କରୁଥିଲା, କଣ ପାଇଁ ଅଭିଯୋଗ ହୋଇଥିବା ଇସି ମେମ୍ବର ଓ ସିଆରପି ଙ୍କୁ ଘଟଣା ସ୍ଥଳ କୁ ଡକା ଯାଇନଥିଲା, ଏ ବାବଦରେ ଏ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ଙ୍କ ଠୁ ସଠିକ ରିପୋର୍ଟ ମିଳିନାହିଁ, ଏବେ ଖବର ପ୍ରସାରଣ ପରେ ଏହି ଘଟଣା ର ସତ୍ୟାସତ୍ୟ ସାମ୍ନା କୁ ଆସୁଛି କି ନାହି ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *