ମିସନ ଶକ୍ତିର ବ୍ଲକସ୍ତରୀୟ ମେଗା ସମନ୍ଵୟ ମେଳା

ବାସୁଦେବପୁର :୨୯/୧୦:– ମିଶନ ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବାସୁଦେବପୁର ବ୍ଲକର ଓଡିଶା ଜୀବିକା ମିଶନ ଦ୍ୱାରା ଆଜି ଟାଉନ୍ ହଲ୍ ଠାରେ ବାସୁଦେବପୁର ବ୍ଲକ ସ୍ତରୀୟ ସମନ୍ନ୍‌ୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ଜିବୀକା ମିଶନର ବିପିଏମ୍ ବୀଣାପାଣି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣିମା ମଳିକ, ସାଂସଦ ପ୍ରତିନିଧି ସୁରେଷ ମହାନ୍ତି , ବାସୁଦେବପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ବ୍ୟାଙ୍କର୍ସମାନେ ଏହି ମେଳାରେ ଅଂଶ ଗ୍ରହଣ କରିଥିଲେ । ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ମାଧ୍ୟମରେ ମହିଳାମାନେ ଆଜି ନିଜ ଗୋଡ଼ରେ ଛିଡ଼ା ହୋଇ ପାରିଛନ୍ତି । ସେମାନଙ୍କର ଆର୍ଥିକ ବିକାଶ ହେଲେ ପରିବାର ଓ ଦେଶର ବିକାଶ ହୋଇ ପାରିବ । ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ ଦ୍ୱାରା ସେମାନେ ଅଧିକରୁ ଅଧିକ ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିବା ସହ ମିଶନ୍ ଶକ୍ତି କାର୍ଯ୍ୟାଳୟ ପାଇଁ ପୃଥକ୍ ଭାବେ ବାସୁଦେବପୁର ଖୁବ୍ ନିକଟରେ ଶୁଭ ଦିଆଯାଇ ମିଶନ ଶକ୍ତି ଭବନ ନିର୍ମାଣ ଆରମ୍ଭ କରାଯିବା ନେଇ ସୂଚନା ପ୍ରଦାନ କରିଥିଲେ ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *