କମାକ୍ଷାନଗର ବ୍ଲକରେ ମିସନ ଶକ୍ତି ଋଣ ମେଳା
କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ବ୍ଲକରେ ମିସନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ସଭାଗୃହରେ ଆଜି ବ୍ଲକ ପ୍ରଗତି ସହାୟକ ଶତ୍ରୁଘନ ଦଣ୍ଡପାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିସନ ଶକ୍ତି ଋଣ ମେଳାରେ ମୁଖ୍ୟ ଅତିଥି ଭାବରେ କମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ରହି ଏହି ଯୋଜନା ବିଷୟରେ କହିଥିଲେ ।କହିଲେ ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ରାଜ୍ୟ ସରକାରଙ୍କର ଏହି ଯୋଜନା ।ଏଠାରୁ ଋଣ ନେଇ ମହିଳା ମାନେ ସ୍ୱାବଲମ୍ବି ହୋଇ ନିଜର ପରିବାର ଚଳାଇ ପାରିବେ ।ଏଠାରେ ଅନ୍ୟତମ ଅତିଥି ଭାବରେ ବିଡ଼ିଓ ବିକାଶ କୁମାର ମହାନ୍ତି ,ଅତିରିକ୍ତ ବିଡ଼ିଓ ଝରଣା ସାମଲ,ଜିଲାପରିସଦ ସଭ୍ୟ ପ୍ରେମାନନ୍ଦ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିବା ବେଳେ ।ବ୍ଳକର ବିଭିନ୍ନ ପଂଚାୟତରୁ ମହିଳା ଗୋଷ୍ଟି ସଦସ୍ୟ ମାନେ ଉପସ୍ଥିତ ରହି ଏହି ଋଣ ନେଇଥିଲେ ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
