ଏମକେସିଜି ସୁରକ୍ଷା କର୍ମଚାରୀ ସଙ୍ଘ ବୈଠକନୂତନ କର୍ମକର୍ତ୍ତା ଚୟନ

ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଭଳି ସ୍ୱାସ୍ଥ୍ୟ ବିଭାଗ ରେ ଦୀର୍ଘଦିନ ଧରି ବିଭିନ୍ନ ସର୍ଭିସ ପ୍ରୋଭାଇଡ଼ର ସଂସ୍ଥା ଦ୍ୱାରା କାର୍ଯ୍ୟ କରି ଆସୁଥିବା ସୁରକ୍ଷା କର୍ମଚାରୀ ମାନଙ୍କ ର ଏଜେନ୍ସି ପରିବର୍ତନ ହେଲେ ଚାକିରୀ ର ସୁରକ୍ଷା ଓ ବର୍ତ୍ତମାନ ବଜାର ଦର ଅନୁସାରେ ସର୍ବନିମ୍ନ ମଜୁରୀ ର ବୃଦ୍ଧି ଭଳି ଅନେକ ଦାବୀ କୁ ନେଇ ସଙ୍ଘ ମାଧ୍ୟମ ରେ ସମାଧାନ କରିବାକୁ ସମସ୍ତ ସୁରକ୍ଷା କର୍ମଚାରୀ ଙ୍କୁ ନେଇ ଓଡିଶା ମେଡିକାଲ ସୁରକ୍ଷା କର୍ମଚାରୀ ସଙ୍ଘ ଗଠନ ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି I ସ୍ଥାନୀୟ ମେଡିକାଲ କ୍ୟାମ୍ପସ ସ୍ଥିତ ଚକ୍ଷୁ ହସ୍ପିଟାଲ ସମ୍ମୁଖରେ ରେ ଆୟୋଜିତ ବୈଠକ ରେ ୨୨ ଜଣିଆ କମିଟି ଗଠିତ ହୋଇଥିଲା I ବର୍ତ୍ତମାନ ସୁରକ୍ଷା ସେବା ଯୋଗାଉଥିବା ସଂସ୍ଥା ର ଟେଣ୍ଡର ଅବଧି ସରି ଆସୁଥିବା ବେଳେ, ପରବର୍ତୀ ସମୟ ରେ ନୂତନ ସଂସ୍ଥା ଆସିଲେ ବେଆଇନ ଆର୍ଥିକ କାରବାର ସହ କର୍ମଚାରୀ ଙ୍କୁ ବିନା କାରଣ ରେ ଛଟେଇ କରାଯାଉଛି I

ଇପିଏଫ/ଇଏସଆଇ ର ପୈଠ ରେ ଅସଂଗତି ଲାଗି ରହୁଥିବା ବେଳେ ଦରମା ମଧ୍ୟ ସଠିକ ସମୟ ରେ ମିଳି ପାରୁନାହିଁ ଯାହାକୁ ନେଇ କର୍ମଚାରୀ ମାନଙ୍କ ଭିତରେ ଅସନ୍ତୋଷ ଲାଗି ରହିଛି ମହିଳା କର୍ମଚାରୀ ମାନଙ୍କ ପାଇଁ ରେଷ୍ଟ ରୁମ ଓ ଶୌଚାଳୟ ର ବ୍ୟବସ୍ଥା ନଥିବା ବେଳେ, କାର୍ଯ୍ୟ କ୍ଷେତ୍ର ରେ ରୋଗୀ ସମ୍ପର୍କୀୟ ଙ୍କ ଠାରୁ ଅଶାଳୀନ ବ୍ୟବହାର ଓ ଆକ୍ରମଣ ଭଳି ନାନାଦି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏହି ସୁରକ୍ଷା କର୍ମଚାରୀ ମାନେ I ମେଡିକାଲ ରେ ରୋଗୀ ଓ ସମ୍ପର୍କୀୟ ମାନଙ୍କ ସୁରକ୍ଷା ସହ ସେମାନଙ୍କ ଠାରୁ ଚୋରୀ ଘଟଣା ବୃଦ୍ଧି ପାଉଛି କିନ୍ତୁ ଆବଶ୍ୟକୀୟ ସିସିକ୍ୟାମେରା ଓ ବୈଷୟିକ ବ୍ୟବସ୍ଥା ନ ଥିବା କାରଣ ରୁ ଏହି ସୁରକ୍ଷା କର୍ମଚାରୀ ଙ୍କୁ ଦୋଷ ଦେଇ ଛଟେଇ ଭଳି କାର୍ଯ୍ୟାନୁଷ୍ଠାନ ସହ ମେଡିକାଲ ପ୍ରଶାସନ ଚୁପ ରହୁଛି I ତେଣୁ ଏ ସବୁ ବ୍ୟବସ୍ଥା ର ସ୍ଥାୟୀ ସମାଧାନ ପାଇଁ ସଙ୍ଘ ଦାବୀ ରଖିଛି I ମେଡିକାଲ କର୍ମଚାରୀ ନେତା ପି. ରମେଶ ରାଓ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକ ରେ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି I କେ. ମଧୁସୂଦନ ରାଓ ଙ୍କୁ ସଭାପତି, ବିଚିତ୍ର ସାହୁ, ସମ୍ପାଦକ, ଶ୍ରୀନିବାସ ପଟ୍ଟନାୟକ ଉପସଭାପତି, ପିଣ୍ଟୁ ପ୍ରଧାନ ଯୁଗ୍ମ ସମ୍ପାଦକ, କେ. ଦାନ୍ନାମା କୋଷାଧକ୍ଷ, ସୁନିତା ଡାକୁଆ ଉପ -କୋଷାଧକ୍ଷ ଓ 22 ଜଣିଆ କାର୍ଯ୍ୟକାରୀ କମିଟି ଗଠିତ ହୋଇଛି I ଉକ୍ତ କାର୍ଯ୍ୟକ୍ରମ ରେ ସଙ୍ଘ ର ଉପଦେଷ୍ଠା ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଅନୁବନ୍ଧିତ ସର୍ବଭାରତୀୟ ଶ୍ରମିକ ସଙ୍ଘ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ପି. ରମେଶ ରାଓ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ଭରତ ବେହେରା, ଚିତ୍ତରଞ୍ଜନ ନାୟକ, ବିଜୟ କୁମାର ଗୌଡ଼, ଓ ସମସ୍ତ ସୁରକ୍ଷା କର୍ମଚାରୀ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *