ସାହିତ୍ୟ ଓ ସାମ୍ବାଦିକତାରେ ସମାଜର ନିଚ୍ଛକ ଛବି ପ୍ରତିଫଳିତ

ବ୍ରହ୍ମପୁର :ସଂସ୍କାର ମୂଳକ ଦିଗଦର୍ଶନ ପ୍ରଦର୍ଶିତ ହେବା ଆବଶ୍ୟକ ବୋଲି ଗଣ୍ୟମାନ୍ୟ ବ୍ୟକ୍ତିମାନେ ଆଜି ଖ୍ୟାତନାମା ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ମହାପାତ୍ର ଭାସ୍କର ଗନ୍ତାୟତ ଙ୍କ ଦ୍ୱାଦଶାହ ଅବସରରେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସମାରୋହରେ ମତ ପ୍ରକାଶ କରିଛନ୍ତି। ସ୍ବର୍ଗତ ଭାସ୍କର ଗନ୍ତାୟତ ନିଜ ଲେଖନୀ ରେ ସେହି ଆଦର୍ଶର ବାର୍ତ୍ତା ରଖିଆସିଥିଲେ।

ତାଙ୍କର ଅନନ୍ୟ ସାହିତ୍ୟ କୃତି ଗୁଡିକରେ ସେ ଜଣେ ସ୍ପଷ୍ଟବାଦୀ, ସ୍ୱାଭିମାନି ଓ ନିର୍ଭୀକ ବ୍ୟକ୍ତିତ୍ୱର ପରିଚୟ ରଖି ସମ୍ମାନର ଅଧିକାରୀ ହୋଇପାରିଥିଲେ ବୋଲି ଦର୍ଶାଇ ପ୍ରମୁଖ ବ୍ୟକ୍ତିମାନେ ସ୍ବର୍ଗତ ଭାସ୍କର ଗନ୍ତାୟତ ଙ୍କ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓଡିଶା ୟୁନିୟନ ଅଫ ଜର୍ଣ୍ଣଲିଷ୍ଟ ଗଞ୍ଜାମ ଜିଲ୍ଲା ଶାଖା ଏବଂ ଦୈନିକ ଆଶା ସମ୍ବାଦପତ୍ରର ମିଳିତ ସଂଯୋଜନାରେ ଖଜୁରିଆ ସ୍ଥିତ ଶ୍ରୀ ଚନ୍ଦ୍ରଚୁଡେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ଦୈନିକ ଆଶାର ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପଣ୍ଡା, ସାହିତ୍ୟିକ ପ୍ରଫେସର ଡ଼ଃ ବାୟାମନୁ ଚର୍ଛି,ସମାଜସେବୀ କିଶୋର ପାତ୍ର, ରମେଶ ସାହୁ, ପ୍ରତାପ ଚନ୍ଦ୍ର କୋଠିଆ,ଗୁରୁଚରଣ ପାତ୍ର, ସାମ୍ବାଦିକ ରାଜେନ୍ଦ୍ର ଦଳବେହେରା ଜ୍ୟୋତିରଞ୍ଜନ ଦାସ, ବିକାଶ ପାଢ଼ୀ ପ୍ରମୁଖ ସ୍ବର୍ଗତ ଭାସ୍କର ଗନ୍ତାୟତ ଙ୍କ ଗୁଣାବଳୀ ଆଲୋଚନା କରିଥିଲେ l

Leave a Reply

Your email address will not be published. Required fields are marked *