ଦୁଇ ଦିନ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ,୫।୬: ଦକ୍ଷିଣ ପୂର୍ବ ଆରବ ସାଗରରେ ନିମ୍ନ ଚାପ ଅଞ୍ଚଳରେ ଏକ ସାଇକ୍ଲୋନିକ ସର୍କୁଲେଶନ ବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ଆସନ୍ତା ଦୁଇ ଦିନ ମଧ୍ୟରେ ତୀବ୍ର ହେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ କେରଳରେ ମୌସୁମୀ ଶୀଘ୍ର ଆସିବାର ସମ୍ଭାବନା ଅଛି। ତେବେ କେରଳରେ ମୌସୁମୀ ଆରମ୍ଭ ହେବାର ତାରିଖ ଘୋଷଣା କରିନାହିଁ ପାଣିପାଗ ବିଭାଗ। ଆଇଏମଡି କହିଛି ଯେ ଦକ୍ଷିଣ ଆରବ ସାଗରରେ ପଶ୍ଚିମ ପବନ ୨.୧ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ। ସାଇକ୍ଲୋନିକ ସର୍କୁଲେଶନ କାରଣରୁ ମେଘଗୁଡ଼ିକ ଏକାଠି ହୋଇ ସମାନ ଅଞ୍ଚଳରେ କେନ୍ଦ୍ରୀତ ହୋଇଥାଆନ୍ତି।
ଆଇଏମଡି କହିଛି ଯେ ଏହି ବ୍ୟବସ୍ଥାର ଗଠନ ଉତ୍ତର ଦିଗକୁ ଗତି କରୁଛି, ଯେଉଁ କାରଣରୁ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଉପକୂଳ ଆଡକୁ ଯିବାର ସମ୍ଭାବନା ପ୍ରଭାବିତ ହେବ। ପାଣିପାଗ ବିଭାଗ କହିଥିଲା ଯେ ମେ’ର ମଧ୍ୟଭାଗରେ ଅବା ଜୁନ ୪ ସୁଦ୍ଧା କେରଳରେ ମୌସୁମୀ ପହଞ୍ଚିବ। ସୂଚନାଯୋଗ୍ୟ, ସାଧାରଣତଃ ମୌସୁମୀ ପ୍ରତିବର୍ଷ ୧ ଜୁନରେ (୭ ଦିନ ଆଗ ପଛ ହୋଇ) କେରଳରେ ପ୍ରବେଶ କରିଥାଏ।

Leave a Reply

Your email address will not be published. Required fields are marked *