ଭିବି-ଜି ରାମ୍ ଜି’ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ୧୦୦ରୁ ଅଧିକ କ୍ଷେତ୍ର ଅଧିକାରୀଙ୍କ ନିଯୁକ୍ତି

‘ଭିବି-ଜି ରାମ୍ ଜି’ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ୧୦୦ରୁ ଅଧିକ କ୍ଷେତ୍ର ଅଧିକାରୀଙ୍କ ନିଯୁକ୍ତି l ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଫଳ କାର୍ଯ୍ୟାନ୍ୱୟନ ପାଇଁ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବେ ଏହି ଅଧିକାରୀ୯୫,୬୯୨ କୋଟି ଟଙ୍କାର କେନ୍ଦ୍ରୀୟ ଆବଣ୍ଟନ ସହ ଭିବି-ଜି ରାମ୍ ଜି କାର୍ଯ୍ୟକ୍ରମ ପାଇଁ ଦେଶବ୍ୟାପୀ ପ୍ରସ୍ତୁତି ଜୋରଦାର’ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) (ଭିବି-ଜି ରାମ୍ ଜି) ଅଧିନିୟମ, ୨୦୨୫’ର ସୁଚାରୁ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦେଶବ୍ୟାପୀ ୧୦୦ରୁ ଅଧିକ ଆଞ୍ଚଳିକ ଅଧିକାରୀଙ୍କୁ ନିୟୋଜିତ କରିବାକୁ ଯାଉଛି। ଆସନ୍ତା ୧ ଜୁଲାଇ ୨୦୨୬ରୁ ଏହି ଆଇନ ଲାଗୁ ହେବା ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହାୟତା ପ୍ରଦାନ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି।ଏହି ଆଞ୍ଚଳିକ ଅଧିକାରୀମାନେ ଯୋଜନାର ଶୁଭାରମ୍ଭ ପର୍ଯ୍ୟାୟରେ ସହଯୋଗୀ ଏବଂ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିବେ। ସେମାନେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବେ କାମ କରି ଏହି ଯୋଜନାର କାର୍ଯ୍ୟକାରିତାରେ ସହାୟତା କରିବେ, ସ୍ଥାନୀୟ ଦକ୍ଷତାକୁ ସଦୃଢ଼ କରିବେ, ଜ୍ଞାନ ଆଦାନପ୍ରଦାନକୁ ସହଜ କରିବେ, ପରିଚାଳନାଗତ ଆହ୍ୱାନଗୁଡ଼ିକର ସମାଧାନ କରିବେ ଏବଂ ଉତ୍ତମ ପଦ୍ଧତିଗୁଡ଼ିକୁ ଆପଣେଇବାରେ ଉତ୍ସାହିତ କରିବେ।ଏହି କାର୍ଯ୍ୟ ପାଇଁ ଅଧିକାରୀମାନଙ୍କୁ ଦିଗଦର୍ଶନ ଦେବା ଉଦ୍ଦେଶ୍ୟରେ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଏହି ଆଇନର ପ୍ରମୁଖ ବୈଶିଷ୍ଟ୍ୟ, କାର୍ଯ୍ୟକାରିତା ପ୍ରଣାଳୀ, ପ୍ରାତିଷ୍ଠାନିକ ବ୍ୟବସ୍ଥା, ପ୍ରଯୁକ୍ତିବିଦ୍ୟା-ଆଧାରିତ ଶାସନ ପ୍ରଣାଳୀ ଏବଂ ରାଜ୍ୟ ଓ ଜିଲ୍ଲାଗୁଡ଼ିକ ପାଇଁ ଉପଲବ୍ଧ ସହାୟତା ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ସଚିବ ଶ୍ରୀ ରୋହିତ କଂସଲଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୁଗ୍ମ ସଚିବ ସୁଶ୍ରୀ ରୋହିଣୀ ଆର୍. ଭାଜିଭାକରେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ନିଜ ଗସ୍ତ ସମୟରେ, ଆଞ୍ଚଳିକ ଅଧିକାରୀମାନେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ ସହ ଆଲୋଚନା କରିବେ; ଯାହାଦ୍ୱାରା କାର୍ଯ୍ୟାନ୍ବୟନ ଆବଶ୍ୟକତା ଗୁଡ଼ିକୁ ବୁଝିହେବ, ଅନୁଭୂତି ଓ ଉତ୍ତମ ପଦ୍ଧତିଗୁଡ଼ିକର ଆଦାନପ୍ରଦାନ ସହଜ ହେବ, ଦକ୍ଷତା ବୃଦ୍ଧି ପ୍ରୟାସକୁ ସହାୟତା ମିଳିବ ଏବଂ କାର୍ଯ୍ୟକ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇପାରିବ। ସେମାନଙ୍କର ଏହି ସହଭାଗିତା ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟକୁ ସଦୃଢ଼ କରିବାରେ ସାହାଯ୍ୟ କରିବ ଏବଂ ନୂତନ ବ୍ୟବସ୍ଥା ଆଡ଼କୁ ଗତି କରିବା ସମୟରେ ପ୍ରଭାବଶାଳୀ କାର୍ଯ୍ୟକାରିତାରେ ସହାୟକ ହେବ। ଏହି ଆଇନକୁ ସାରା ଦେଶରେ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ଏବଂ ପ୍ରାତିଷ୍ଠାନିକ ସହଯୋଗ ଯୋଗାଇଦେବା ପାଇଁ ଏହି ପଦକ୍ଷେପର ପରିକଳ୍ପନା କରାଯାଇଛି।କ୍ଷେତ୍ରୀୟ ଅଧିକାରୀଙ୍କ ଏହି ପଦକ୍ଷେପ କାର୍ଯ୍ୟାନ୍ୱୟନ ପର୍ଯ୍ୟାୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ସମନ୍ୱୟକୁ ସୁଗମ କରିବାରେ, କାର୍ଯ୍ୟାନ୍ୱୟନ ଅଭିଜ୍ଞତା ବାଣ୍ଟିବା ଏବଂ ନିରନ୍ତର ସାଂଗଠନିକ ସହାୟତା ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଏହା ଦ୍ଵାରା ଭିବି-ଜି ରାମ୍ ଜିର କାର୍ଯ୍ୟାନ୍ବୟନ ସୁଗମ ଓ ପ୍ରଭାବୀ ହୋଇପାରିବ। ‘ଭିବି-ଜି ରାମ୍ ଜି ଅଧିନିୟମ, ୨୦୨୫’ ଗ୍ୟାରେଣ୍ଟିଯୁକ୍ତ ମଜୁରି ଭିତ୍ତିକ ରୋଜଗାର ସହିତ ଜୀବିକା ପ୍ରୋତ୍ସାହନ, ଜଳବାୟୁ ସହନକ୍ଷମତା, ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ଏବଂ ପ୍ରଯୁକ୍ତିବିଦ୍ୟା-ଆଧାରିତ ଶାସନ ପ୍ରଣାଳୀକୁ ସାମିଲ କରି ଗ୍ରାମୀଣ ରୋଜଗାରକୁ ସ୍ଥାୟୀ ଓ ସମାବେଶୀ ଗ୍ରାମୀଣ ବିକାଶର ଏକ ପ୍ରମୁଖ ଚାଳକ ଶକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ‘ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା’,ଜିଆଇଏସ୍ ଆଧାରିତ ଯୋଜନା ପ୍ରସ୍ତୁତି ଏବଂ ବିଭିନ୍ନ ସରକାରୀ ଯୋଜନାଗୁଡ଼ିକର ସମନ୍ୱୟ ମାଧ୍ୟମରେ, ଏହି ଅଧିନିୟମ ‘୨୦୪୭ ସୁଦ୍ଧା ବିକଶିତ ଭାରତ’ ର ସଂକଳ୍ପକୁ ଆଗକୁ ବଢ଼ାଉଛି।ସାରା ଦେଶରେ ଏହି ଯୋଜନାର ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ଏକ ସମୟରେ ବ୍ୟାପକ ପ୍ରାରମ୍ଭିକ ପଦକ୍ଷେପମାନ ଗ୍ରହଣ କରିଛି। ଏସବୁ ମଧ୍ୟରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ୯୫,୬୯୨ କୋଟି ଟଙ୍କାର ଅନ୍ତରୀଣ ଅର୍ଥ ଆବଣ୍ଟନକୁ ମଞ୍ଜୁରୀ ଦେବା, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ‘ଡିବିଟି-ସ୍ପର୍ଶ’ ପ୍ଲାଟଫର୍ମରେ ସାମିଲ କରିବା, ପ୍ରାୟ ୯୩ ପ୍ରତିଶତ ସକ୍ରିୟ ଶ୍ରମିକଙ୍କର ଇ-କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା, ସାରା ଦେଶରେ ଚେହେରା ଚିହ୍ନଟ ଆଧାରିତ ଉପସ୍ଥାନ ବ୍ୟବସ୍ଥା ଲାଗୁ କରିବା, ସ୍ୱତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମର ବିକାଶ ଏବଂ ବ୍ୟାପକ ସ୍ତରରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆଦି ଅନ୍ତର୍ଭୁକ୍ତ।ବର୍ତ୍ତମାନ ସୁଦ୍ଧା ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ଆଇନର କାର୍ଯ୍ୟକାରିତା ପାଇଁ ନିଜ ନିଜ ବଜେଟ୍‌ରେ ଆର୍ଥିକ ବ୍ୟବସ୍ଥା କରିସାରିଛନ୍ତି। ଅନ୍ୟପକ୍ଷରେ, ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ‘ଭିବି-ଜି ରାମ୍ ଜି’ ବ୍ୟବସ୍ଥା ଅଧୀନରେ ନିଜର ରାଜ୍ୟ ଯୋଜନାଗୁଡ଼ିକୁ ବିଧିବଦ୍ଧ ଭାବେ ଅଧିସୂଚିତ କରିସାରିଛନ୍ତି। ବାକି ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟ ନିଜ ଯୋଜନାକୁ ଚୂଡ଼ାନ୍ତ ରୂପ ଦେବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *