ମାତୃପିତୃ ପୂଜନ ଦିବସ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲପଦର ଠାରେ ଥିବା ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟ ରେ ପ୍ରତିବର୍ଷ ଭଳି ଫେବୃଆରୀ 14ତାରିଖ ତଥା ଦେଶ ଭାଲେଣ୍ଟାଇନ ଡେ ଦିବସ ରୂପେ ପାଳନ କରିଆସୁଥିବା ବେଳେ ଏଠାରେ ଭାରତୀୟ ପରମ୍ପରା ଓ ସଂକୃତି ରେ ମାତା ପିତାଙ୍କ ଅନାବିଳ ସ୍ବର୍ଗୀୟ ସ୍ନେହ ପ୍ରେମକୁ ସମ୍ମାନ ଜଣାଇବା ଉଦେଶ୍ୟ ରେ ସରସ୍ବତୀ ପୂଜା ଅବସର ରେ ମାତୃପିତୃ ପୂଜନ ଦିବସ ଭାବେ ପାଳନ କରାଯାଇଥିଲା!ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ପିତାମାତାଙ୍କ ସହିତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ। ପିଲାମାନେ ଯଥାରିତି ସହିତ ନିଜ ନିଜ ପିତା ମାତା ଙ୍କୁ ପୂଜା ଅର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟ ପ୍ରତିଷ୍ଠାତା କାର୍ତ୍ତିକ ମଲିକ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷାବିତ ଓ ସାହିତ୍ୟିକ ପ୍ରଦୀପ କୁମାର ମିଶ୍ର ପରିଚାଳନା କରିଥିଲେ!ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଦକ୍ଷିଣ ପଶ୍ଚିମ କ୍ଷେତ୍ର ସଂଯୋଜକ ସନତ କୁମାର ଯୋଶୀ ପ୍ରମୁଖ ସମ୍ମାନୀୟ ଅତିଥିଭାବେ ଯୋଗଦାନ କରି ଭାରତୀୟ ସଂସ୍କୃତି ଓ ଉତ୍କଳୀୟ ସଂସ୍କୃତି ପରମ୍ପରାରେ କିଭଳି ଭାବେ ପିତାମାତାଙ୍କୁ ପୂଜନ କରାଯାଏ ଏବଂ ଏହି ପିତାମାତାଙ୍କୁ କିଏ ପୂଜାକରି କଣ ଫଳ ପାଇଛନ୍ତି ସେ ସଂପର୍କରେ ବୁଝାଇବା ସହିତ ପ୍ରତିଦିନ ସକାଳେ ପିତାମାତା ଓ ଗୁରୁଜୀ ଗୁରୁମାଙ୍କୁ ପ୍ରଣାମ କରିବା ପାଇଁ ପରାମର୍ଶ ଦେଇଥିଲେ।ଏବଂ ସମସ୍ତେ ମିଳିମିଶି ଏହି ମହାନ ପରମ୍ପରାକୁ ସମ୍ମାନ ଜଣାଇବା ସହ ପାଶ୍ଚ|ତ୍ୟ ଅପସଂସ୍କୃତି ର କୁପ୍ରଭାବ ରୁ ଆମ ଦେଶ ର ଦେବ ଶିଶୁ ମାନଙ୍କୁ ରକ୍ଷା କରି ଆମ ରାଷ୍ଟ୍ରୀୟ ସଂସ୍କୃତିର ଅମୃତ ମନ୍ତ୍ରରେ ଦୀକ୍ଷିତ କରିବାରେ ସହାୟକ ହେବା ପାଇଁ ବିଦ୍ୟାଳୟ ସଭାପତି କାର୍ତ୍ତିକ ମଲିକ ଆହ୍ୱାନ କରିଥିଲେ!

Leave a Reply

Your email address will not be published. Required fields are marked *