ଅଲ ଇଣ୍ଡିଆ ବିଏସଏନଏଲ ପେନସନର୍ସ ଉଏଲଫେୟାର ଆସୋସିଏସନ ଓଡିଶା ସର୍କଲ ବ୍ରାଞ୍ଚର ଆନ୍ଦୋଳନ
ଭୁବନେଶ୍ୱର- ଲୋୟର ପିଏମଜୀ ଠାରେ ଓଡିଶା ସର୍କଲର କଣ୍ଟ୍ରୋଲର ଅଫ କମୁନି କେସନ ଆକାଉଣ୍ଟସ ଅଫିସ ସମ୍ମୁଖରେ ଅବସର ପ୍ରାପ୍ତ ବିଏସଏନଏଲ କର୍ମଚାରୀ ମାନଙ୍କର ଏକ ବିଶାଳ ଧାରଣା ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ତିନି ଲକ୍ଷରୁ ଅଧିକ ବିଏସଏନଏଲ ପେନସନ ଭୋଗୀ ମାନେସେମାନଙ୍କ ପେନସନ ରିଭିଜନ ପାଇଁ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ ତୃତୀୟ ପର୍ଯ୍ୟାୟରେ ପହଂଚିଛି. ପ୍ରତି ଦଶ ବର୍ଷରେ ପେନସନ ରିଭିଜନ ପାଇଁ ସରକାର ନିୟମ କରିଥିଲେ କିନ୍ତୁ ଷୋହଳ ବର୍ଷ ହେଲାଣି ପେନସନ ରିଭିଜନ ସରକାର କରୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ଆସୋସିଏସନର ରାଜ୍ୟ ସଭାପତି ଶ୍ରୀଚରଣ ମହାନ୍ତି। ପ୍ରତି ଦଶ ବର୍ଷପରେ ଅର୍ଥାତ 2017ରେ ପେନସନ ରିଭିଜନ କରିବା ନିୟମ ଥିଲା। ଅଫିସର ବ୍ୟୁରୋ କ୍ରାଟ ମାନଙ୍କ ମନ ମୁଖି କାର୍ଯ୍ୟ ପାଇଁ ହେଇ ପାରୁନି ବୋଲି ଆସୋସିଏସନ ତରଫରୁ ଅଭିଯୋଗ ହେଉଛି। ଏହି ଧାରଣାରେ ପିଅନ ଠାରୁ ଆରମ୍ଭ କାରି ଚିଫ ଜେନେରାଲ ମ୍ୟାନେଜର ପର୍ଯ୍ୟନ୍ତ ସବୁ ରିଟାୟାର୍ଡ଼ କର୍ମଚାରୀ ମାନେ ଭାଗ ନେଇଛନ୍ତି। ପ୍ରଥମେ ଡିସେମ୍ବର 19ତାରିଖରେ ସବୁ ରାଜ୍ୟରେ ଏବଂ ଦିଲ୍ଲୀରେ ସଂଚାର ଭବନ ଆଗରେ ପ୍ରତିବାଦ, ଦ୍ୱିତୀୟ ଫେଜରେ ଜାନୁଆରୀ 17ଏବଂ 18ରେ ସବୁ ରାଜ୍ୟ ହେଡକ୍ୱାଟରରେ ଆନ୍ଦୋଳନ ଓ ଆଜି ମଧ୍ୟ ସବୁ ରାଜ୍ୟ ରେ ଓ ଦିଲ୍ଲୀ ସଂଚାର ଭବନ ରେ ଘେରାଉ ଧାରଣା କାର୍ଯ୍ୟକ୍ରମ ଚାଲୁ ରହିଛି। ମାନ୍ୟବର କେନ୍ଦ୍ର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସଙ୍ଘ ତରଫରୁ ଦାବି ପତ୍ର ଦିଆଯାଇଥିଲା ସେ ମଧ୍ୟ ଏହି ଯୁକ୍ତିଯୁକ୍ତ ଦାବି ପ୍ରତି ସମର୍ଥନ ଜଣାଇଥିଲେ ହେଲେ ବିଏସଏନଏଲ କର୍ତ୍ତୃପକ୍ଷ କହୁଛନ୍ତି ଯେ ଏହା ଲାଭ ଜନକ ସଂସ୍ଥା ହୋଇ ନ ଥିବାରୁ ପେନସନ ରିଭିଜନ ହେଵନାହିଁ। ଦରମା ଦିଏ ବିଏସଏନଏଲ କିନ୍ତୁ ପେନସନ କେନ୍ଦ୍ର ସରକାରଙ୍କ କଣ୍ଟିଜେନସି ଫଣ୍ଡରୁ ଦିଆଯାଉଥିବାରୁ ଏ ମହାଙ୍ଗା ଯୁଗରେ ପେନସନ ନ ବଢିଲେ ଆମେ ବୁଢ଼ା ଲୋକ ମାନେ ଚାଲିପାରୁନାହୁଁ ବୋଲି କହିବା ସହ ସରକାର ଆମ କଥା ବିଚାର ନ କଲେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଲ ଇଣ୍ଡିଆ ପେନସନ ଉଏଲଫେୟାର ଆସୋସିଏସନର ଉପସଭାପତି ଜୟକୃଷ୍ଣ ତ୍ରିପାଠୀ। ଦିଲ୍ଲୀ ସଂଚାର ଭବନ ଅଫିସ ଆଗରେ ଦୁଇ ହଜାରରୁ ଅଧିକ ପେନସନ ଭୋଗୀ ମାନେ ପ୍ରତିବାଦ କରୁଛନ୍ତି, ମୂଳରୁ ଆମେ ଚାକିରୀ ଆରମ୍ଭ କରିଥିଲୁ ଟେଲିକମ ଡିପାର୍ଟମେଣ୍ଟ ରେ କାମ ଆରମ୍ଭ କରିଥିଲୁ,1.10.2011ରେ ଭାରତ ସଂଚାର ନିଗମ ହେଲା ଓ 1.1.2007ରେ ପେନସନ ଆରମ୍ଭ ହେଲା ଓ ରିଭିଜନ ହେଲା। ପ୍ରତି ଦଶ ବର୍ଷରେ ରିଭିଜନ ହେବାକୁ ଥିବାରୁ ଡିପାର୍ଟମେଣ୍ଟ ଅଫ ଟେଲିକମ ଟାଳଟୁଳ ନୀତି ଧରିଥିବାରୁ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଆସୋସିଏସନର ସମ୍ପାଦକ ବିଶ୍ୱନାଥ ବେହେରା।
ରିପୋର୍ଟ – ବିଜୟ ନନ୍ଦ।
