ଋତ୍ଵିକା ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଭୁବନେଶ୍ୱରରେ ଏହାର ମାଷ୍ଟରକ୍ୟାଣ୍ଟିନ ଷ୍ଟୋରରେ ପାଳନ କଲା ଦଶମ ବାର୍ଷିକୀ ଉତ୍ସବ
ଭୁବନେଶ୍ୱର- ଓଡିଶାର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ, ଋତ୍ଵିକା ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଭୁବନେଶ୍ୱରରେ ଏହାର ମାଷ୍ଟରକ୍ୟାଣ୍ଟିନ, ଜନପଥ ଷ୍ଟୋରରେ ଦଶମ ବାର୍ଷିକୀ ଉତ୍ସବ ପାଳନ କରିଛି।ଏହି ଅବସରରେ ଋତ୍ଵିକା ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ର ନିର୍ଦେଶକ ଶ୍ରୀଯୁକ୍ତ ପି ଦିନେଶ କୁମାର, ଏମଡି ଶ୍ରୀଯୁକ୍ତ କେ ବଦ୍ରି ନାରାୟଣ ସୁବୁଦ୍ଧି, ଏହାର ବ୍ରାଣ୍ଡ ଆମ୍ବାସାଡର ଓଡିଆ ଚଳଚିତ୍ର ଓ ଟେଲିଭିଜନ ଜଗତର ଲୋକପ୍ରିୟ ତାରକା ଲିପି ମହାପାତ୍ର, କ୍ରିଏଟିଭ ହେଡ ପ୍ରଣୟ ଯେଠି ଉପସ୍ଥିତ ଥିଲେ |ଲିପି କହିଥିଲେ ଯେ ଋତ୍ଵିକା ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇପାରିଥିବାରୁ ନିଜକୁ ବହୁତ ଭାଗ୍ୟବାନ ଓ ଗର୍ବିତ ଅନୁଭବ କରେ। “ମୁଁ ଓ ବଦ୍ରି ସାର ପାଖାପାଖି ଗାଁ ର ତେଣୁ ମୋତେ ତାଙ୍କ ସଂସ୍ଥାର ବ୍ରାଣ୍ଡ ଆମ୍ବାସାଡର କରିଥିବାରୁ ତାଙ୍କୁ ଓ ସଂସ୍ଥାର ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ଓ ସମସ୍ତଙ୍କୁ ରାଜଧାନୀରେ ସଫଳତାର ସହ ୧୦ ବର୍ଷ ପୂରଣ କରିଥିବାରୁ ଶୁଭେଚ୍ଛା ।ଅଳଙ୍କାର ଷ୍ଟୋରରେ ଜାତୀୟ ଏବଂ ଆନ୍ତର୍ଜାତୀୟ ମାନାଙ୍କ ସୁନା ଅଳଙ୍କାର ଉତ୍ପାଦର ଡିଜାଇନ୍ ରହିଛି ଯାହା ସମସ୍ତଙ୍କ ମନକୁ ନିଶ୍ଚୟ ପାଇବ ।ଏହି ଷ୍ଟୋରରେ ପୁରା ଭୁବନେଶ୍ୱରରେ ‘ସିଲଭର ଡବ୍ଲୁ ସହିତ ହୀରା, ପ୍ଲାଟିନମ୍ ଏବଂ ରୂପା ଅଳଙ୍କାରର ଏକ ବୃହତ ସଂଗ୍ରହ ରହିଛି। ମୋତେ ତ ଇଚ୍ଛା ହଉଚି ସବୁ ସୁନା ଅଳଙ୍କାର ନେଇକି ପଳେଇବି” କହିକି ହସିଥିଲେ ଓ ସଂସ୍ଥାର ଅଧିକ ରୁ ଅଧିକ ଉନ୍ନତି ଆଶା କରିଥିଲେ ।ତାଙ୍କ ଛଡା ଏମଡି ଶ୍ରୀଯୁକ୍ତ କେ ବଦ୍ରି କହିଥିଲେ ଯେ “ଆମେ ଅଳଙ୍କାର ଡିଜାଇନ୍ ଉପରେ ବିଶେଷ ଧ୍ୟାନ ଦେଉ ଓ ଆମ ଗ୍ରାହକଙ୍କୁ ବିଏସ୍ ହଲମାର୍କଡ୍ ଗୋଲ୍ଡ ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରମାଣିତ ହୀରା ଗହଣା ଦେଇଥାଉ । ପ୍ରତ୍ୟେକ ବୟସ ବର୍ଗ ଏବଂ ବଜେଟ୍ ପାଇଁ ସୁନ୍ଦର ହୀରା ଓ ସୁନାର ହାର, କାନଫୁଲ, ରିଙ୍ଗ, ପେଣ୍ଡାଲ, ଚୁଡି ଏବଂ ବ୍ରେସଲେଟ୍ ଆମ ପାଖରେ ମିଳିଥାଏ । ବିବାହ ଠାରୁ ଆରମ୍ଭ କରି ପାର୍ଟୀ, ପର୍ବପର୍ବାଣୀ ଏବଂ ଜନ୍ମଦିନ ତଥା ବାର୍ଷିକ ଉତ୍ସବ ପର୍ଯ୍ୟନ୍ତ, ପ୍ରତ୍ୟେକ ଆବଶ୍ୟକତା ପାଇଁ ପିଲାମାନଙ୍କ ପାଇଁ ଉପହାର, ପୁରୁଷଙ୍କ ପାଇଁ ହାଲୁକା ଅଳଙ୍କାର ଏବଂ ମହିଳାମାନଙ୍କ ପାଇଁ କାରୁ କାର୍ଯ୍ୟ ଅଳଙ୍କାର ଡିଜାଇନ୍ ଆମ ପାଖରେ ଉପଲବ୍ଧ ।ଆମେ ସର୍ବଦା କମ୍ ମୂଲ୍ୟରେ ସୁନ୍ଦର, ମଜବୁତ୍ ଓ ନୂଆ ଡିଜାଇନ୍ ଆମ ଗ୍ରାହକ ମାନଙ୍କୁ ଦେବାକୁ ଚେଷ୍ଟା କରିଥାଉ ଯାହା ଆପଣ ଅଫର୍ ସହ ଏହି ଦଶମ ବାର୍ଷିକୀ ପାଳନ ଅବସରରେ ଆମ ଷ୍ଟୋରରୁ ପାଇପାରିବେ ।
ରିପୋର୍ଟ- ବିଜୟ ନନ୍ଦ, ଭୁବନେଶ୍ୱର।
