ପତିତପାବନ ସାହିତ୍ୟ ସଂସଦର ରାଷ୍ଟ୍ରୀୟ ନବବର୍ଷ ଆଲୋଚନା ଚକ୍ର

ପତିତପାବନ ସାହିତ୍ୟସଂସଦର ରାଷ୍ଟ୍ରୀୟ ନବବର୍ଷ ଆଲୋଚନା ଚକ୍ର lପତିତପାବନସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠାନ ସଭାପତି ଡ଼ ବଳରାମ ଦାଶଙ୍କ ଅଧ୍ୟକ୍ଷତା ରେରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଅଛି lରାଷ୍ଟ୍ରୀୟ ନବବର୍ଷ ଅବସରରେ ସଭାପତି ଡ଼. ଦାଶ ଅଭିଭାଷଣ ରେ କହିଲେ,ଆଜି ଚୈତ୍ର ଶୁକ୍ଳ ପ୍ରତିପଦା ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଧର୍ମରାଜ ଯୁଧିଷ୍ଠୀର ଙ୍କର ରାଜ୍ୟlଭିଷେକ ହୋଇଥିଲll ମାଦୁର୍ଗାଙ୍କରନବଦିନାତ୍ମକ ପୂଜା ଆଜି ଠାରୁ ଆରମ୍ଭ, ସମଗ୍ର ଭାରତୀୟ ମାନଙ୍କପାଇଁ ଆଜିର ଦିନ ସ୍ମରଣୀୟ l ଶାନ୍ତି, ମୈତ୍ରୀ, ଭାଇଚାରା ହେଉଛି ଭାରତୀୟ ସଂସ୍କୃତିର ମୂଳମନ୍ତ୍ରl ଆମର ଅସ୍ମିତା ହେଉଛି ଭାରତୀୟତା l

ଆଜିର ଦିନ ଅତିପବିତ୍ର, ଶୁଦ୍ଧ ପୁତ୍ତ ଭାବେ ସାକାହାରୀ ଭୋଜନକରି ସଂକଳ୍ପନେଇ ଶୁଦ୍ଧ ଭାରତୀୟ ରୂପେ ନିଜକୁ ପତିପାଦିତ କରିବା ବାଞ୍ଛ ନୀୟ lସମ୍ପାଦକ ଦୟାନିଧିପଣ୍ଡା ବେଦପାଠ,ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତା ରୂପେ ଡାକ୍ତର ଗୋପାଳ କୃଷ୍ଣ କର ଯୋଗଦେଇ ଭାରତୀୟ ସନାତନ ସଂସ୍କୃତି ର ଗୁଣଗାନ କରି ଏହା ସମଗ୍ର ବିଶ୍ୱର ମାର୍ଗ ଦର୍ଶକ ଓ ରାଷ୍ଟ୍ରୀୟ ନବବର୍ଷକୁଆନନ୍ଦ, ଉତ୍ସlହରେ ପାଲନକରି ଦେଶବାସୀ ଏକ ଆଧ୍ୟାତ୍ମିକ ସମୃଦ୍ଧବିକଶିତ ଭାରତବର୍ଷ ଗଠନରେ ସହାୟକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତଅତିଥି ରୂପେ ରଘୁନାଥ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କମଳlକାନ୍ତ ମିଶ୍ର ଓସମାଜ ସେବୀ ଅନ୍ନପୂର୍ଣ୍ଣା କର ରାଷ୍ଟ୍ରୀୟ ଦିବସର ମାହାତ୍ମ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେସୁଶ୍ରୀ ଅଭିଲିପସା ଦାଶ ଭକ୍ତି ସଂଗୀତ ପରିବେଷଣ କରିଥିଲେ lଅନ୍ୟମାନଙ୍କ ମଧ୍ୟରେ କବିତା ଆଚାର୍ଯ୍ୟ, ଜାନକୀ ରାଣୀ ଅlଚlର୍ଯ୍ୟ ସବିତା ମିଶ୍ର, ଗୀତାଞ୍ଜଳି ମିଶ୍ର ଦେବାଶିଷ ମିଶ୍ର,ସସ୍ମିତା ମିଶ୍ର ଆଦ୍ୟାନ୍ତ ମିଶ୍ର, ଅଂଶୁମାନ ଜେନା,ଯୁଗଜ୍ୟୋତିପଣ୍ଡା,ପ୍ରୀତିଲିପ୍ସା ଦାଶ, ପ୍ରଦ୍ୟୁମ୍ନ କର ମଧୁସ୍ମିତା ମିଶ୍ର ବୀଣାପାଣି କର,ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଡ଼କ୍ଟର ଐଶ୍ଵର୍ଯା କର ଧନ୍ୟବାଦ ଦେଇଥିଲେ l ସଭାପତି ଓ ସ୍ବେଛାସେବୀ ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *