କାକଟପୁର ବ୍ଲକ୍ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋଣାର୍କ,୧୦.୦୪- କୋଣାର୍କ ନିକଟସ୍ଥ କୁଞ୍ଜ ଠାରେ ଅବସ୍ଥିତ କାକଟପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରର ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟରଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟଜିତ ସ୍ୱାଇଁଙ୍କ ଅଧ୍ୟକ୍ଷତାରର ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମର୍ଥ, ମୁଖ୍ୟବକ୍ତା ଭାବେ କାକଟପୁର ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଜେନା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଡ଼ଃ. ସୌମୟକାନ୍ତ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତା ଶିକ୍ଷୟତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣଲତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ବିଦ୍ୟାଳୟର ଇାଂରାଜୀ ଶିକ୍ଷୟିତ୍ରୀ ସୁଶ୍ରୀ ଏମ୍. ଟି. ଉଷ୍ମଶ୍ରି ଓ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ।

ଉତ୍ସବର ଦ୍ୱିତୀୟ ସୋପାନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ଓ ଗୀତ ପରିବେଷଣ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ସୁମନ୍ତ କୁମାର ଶତପଥୀ, ଫିଲୁ ଦଳାଇ, ପ୍ରଶାନ୍ତ କୁମାର ପାଣି, ଶିକ୍ଷୟିତ୍ରୀ ତିଳତ୍ତମା ସ୍ୱାଇଁ, ଶୁଭେକ୍ଷ୍ମୀ ବେହେରା ଓ ସମିତା ପ୍ରଧାନଙ୍କ ସମେତ ସହଯୋଗୀ କର୍ମଚାରୀ ରଞ୍ଜିତ ରାଉତ, ଶିବ ସୁନ୍ଦର ସାହୁ, ବଭିୁପ୍ରସାଦ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *