ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ଶତ ବର୍ଷ ପାଳିତ।
ରାଇକିଆ,ତା-୦୬-୧୦-୨୫- କନ୍ଧମାଳ ଜିଲ୍ଲା ରାଇକିଆ ସ୍ଵୟଂସେବକ ସଂଘ ପକ୍ଷରୁ ଶତାବ୍ଦୀ ବର୍ଷ ପାଳିତ ହୋଇଯାଇଛି। । ସ୍ଥାନୀୟ ମାଳାଞ୍ଚଳ ଛାତ୍ରବାସ ଠାରୁ ବେରେଡ଼ିକିଆ ପର୍ଯ୍ୟନ୍ତ ଶହ ଶହ ସ୍ୱୟଂସେବକ ଏକ ଶୃଙ୍ଖଳିତ ଧାଡିରେ ଅଂଶଗ୍ରହଣ କରି ବସ୍ ଷ୍ଟାଣ୍ଡ ଠାରେ ଏକ ସାଧାରଣ ସଭା ରେ ଯୋଗ ଦେଇଥିଲେ। ସ୍ୱୟଂସେବକ ମାନେ ଶତବାର୍ଷିକୀ ବର୍ଷକୁ ନେଇ ବହୁତ ଉତ୍ସାହିତ ରହିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅବକାରୀ ଅଧିକାରୀଶ୍ରୀ ସୁବାଷ ପ୍ରଧାନ,ମୁଖ୍ୟ ବକ୍ତା ଭାବେ ପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତ ଯୋଗଦେଇଥିଲେ। ମୁଖ୍ୟ ବକ୍ତା କହିଥିଲେ ଯେ ଏହି ଶହେ ବର୍ଷର ଯାତ୍ରା କେବଳ ସଂଗଠନର ଯାତ୍ରା ନୁହେଁ ବରଂ ସମଗ୍ର ଜାତି ପାଇଁ ନବଜାଗରଣର ଯାତ୍ରା। ଗତ ଶତାବ୍ଦୀରେ, ସଂଘ ସାମାଜିକ ଜୀବନର ପ୍ରତ୍ୟେକ ଦିଗରେ ଅବଦାନ ରହିଛି, ତାହା ଶିକ୍ଷା, ଗ୍ରାମୀଣ ବିକାଶ, ସେବା କାର୍ଯ୍ୟ କିମ୍ବା ସାଂସ୍କୃତିକ ପୁନଃନିର୍ମାଣ ହେଉ। ସେ ସ୍ପଷ୍ଟ କରିଥିଲେ ଯେ ଶାସ୍ତ୍ର ପୂଜନର ଅର୍ଥ କେବଳ ଅସ୍ତ୍ରଶସ୍ତ୍ର ପୂଜା ନୁହେଁ, ବରଂ ଧର୍ମ, ନୈତିକତା ଏବଂ ସତ୍ୟକୁ ରକ୍ଷା କରିବାର ପ୍ରତିଜ୍ଞା। ୧୯୨୫ ମସିହାରେ ଆରମ୍ଭ ହୋଇଥିବା ସଂଘ ବହୁ ଜନହିତକାରୀ କାର୍ଯ୍ୟକ୍ରମ ଦ୍ବାରା ସମଗ୍ର ଦେଶରେ ପରିଚିତ ହୋଇ ପାରିଛି। ଆଗକୁ ମଧ୍ୟ ଏହାର ନିଶ୍ବାର୍ଥପର ସେବା ଜାରି ରହିବ ବୋଲି ମୁଖ୍ୟ ଅତିଥି ସୂଚନା ଦେଇଥିଲେ.।ଏହି କାର୍ଯ୍ୟକ୍ରମ ରେ ମଙ୍ଗୁଳୁ ପାତ୍ର, ମନୋଜ ପ୍ରଧାନ,ମାନଗୋବିନ୍ଦ ପ୍ରଧାନ, ନାରାୟଣ ପାତ୍ର, ସନ୍ତୋଷ କୁମାର ଲେଙ୍କା,ଗୁରୁରାମ ପାତ୍ର ସୁଦର୍ଶନ ପଣ୍ଡା,ନାରାୟଣ ପ୍ରସାଦ ମହାନ୍ତି, ଗଦାଧର ସାହୁ, ମିଟୁ ସାହୁ, ଗଙ୍ଗା ଭାଇ ପ୍ରମୁଖ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ.।
