କୋଣାର୍କ ଜ୍ଞାନ ମଞ୍ଚ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

କୋଣାର୍କ ତା ୧୨/୦୧/୨୦୨୩ କୋଣାର୍କ ଜ୍ଞାନ ମଞ୍ଚ ପକ୍ଷରୁ ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦ ଙ୍କ ୧୬୧ ତମ ଜୟନ୍ତୀ ଗୁରୁବାର ଅପରାହ୍ନରେ କୋଣାର୍କ ସ୍ଥିତ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. ହରମୋହନ ମିଶ୍ର ଯୋଗ ଦେଇ ସ୍ୱାମୀଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରି କହିଥିଲେ ସ୍ୱାମୀ ବିବେକା ନନ୍ଦ ଯୁବ ସମାଜର ସର୍ବକାଳୀନ ଆଦର୍ଶ। ବିବେକାନନ୍ଦ ଯୁବ କେନ୍ଦ୍ରର ଯୁବ ସଂଯୋଜକ ମାନସ ରଞ୍ଜନ ମିଶ୍ର ଯୋଗ ଦେଇ କହିଲେ ନିଷ୍ଠା, ସଚୋଟତା, ଦକ୍ଷତା ବଳରେ ଯୁବ ସମାଜ ମଧ୍ୟ ସ୍ୱାମୀଜୀଙ୍କ ପରି ସମାଜ ପାଇଁ ଉଶ୍ଚର୍ଗୀକୃତ ସେବା କରିପାରିବ । ନ୍ୟାସନାଲ ବୁକ ଟ୍ରଷ୍ଟର ପୂର୍ବତନ ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଶାସକ ମାନସ ରଞ୍ଜନ ମହାପାତ୍ର ଯୁବ ଦିବସ ପାଳନକୁ ପ୍ରେରଣାଦାୟୀ ବୋଲି କହିଥିଲେ। ଗୋପ ବାନରସେନାର ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ ସ୍ୱାମୀ ବିବେକା ନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗଦର୍ଶନ ଦ୍ୱାରା ସମଗ୍ର ବିଶ୍ୱ ହିନ୍ଦୁ ଧର୍ମ ତଥା ଭାରତ ବର୍ଷର ମହାନତା ସମ୍ପର୍କରେ ଅବଗତ ହୋଇପାରିଥିଲା। ଆମେରିକାର ଚିକାଗୋ ସହରରେ ଅନୁଷ୍ଠିତ ହୋଇଥିବା ଧର୍ମ ସମ୍ମିଳନୀରେ ସ୍ୱାମୀ ବିବେକାନନ୍ଦ ଯେଉଁ ମର୍ମସ୍ପର୍ଶୀ ଓ ହୃଦୟସ୍ପର୍ଶୀ ଉଦବୋଧନ ଦେଇଥିଲେ, ସେଥିରେ ଭରି ରହିଥିଲା ଆଧ୍ୟାତ୍ମିକତାର ତରଙ୍ଗ ଯାହାର କମ୍ପନ ପ୍ରତିଟି ମନୁଷ୍ୟକୁ ଆଜି ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ପ୍ରେରଣା ପ୍ରଦାନ କରୁଛି। କୋଣାର୍କ ଜ୍ଞାନ ମଞ୍ଚର ସଦସ୍ୟ ହରିଶ୍ଚନ୍ଦ୍ର ଦାଶ ଏହି ଯୁବ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିବାବେଳେ ସଞ୍ଜୟ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *