ପ୍ରାକୃତିକ କୃଷି, ଶ୍ରୀ ଓଡ଼ିଶା ଅନ୍ନ ଅଭିଯାନ ଅନୁଷ୍ଠିତ
କନ୍ଧମାଳ ଜିଲା ରାଇକିଆ ବ୍ଲକ ଲାମ୍ବାଡ଼ିକିଆ ଠାରେ ରାଇକିଆ ସ୍ଵାତୀ ଆନୁକୁଲ୍ୟ ରେ ବିଶ୍ଵ ଖାଦ୍ୟ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ଲାମ୍ବାଡିକିଆ ଗ୍ରାମ ର ମାଆ ଲକ୍ଷ୍ମୀ, ଆଲଫା, ସନ୍ତୋସିନୀ, ଦିବ୍ୟଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ମହିଳା,ଚାଷୀ, ବୟସ୍କ ବ୍ୟକ୍ତି ,ମହିଳା ସର୍ବ ମୋଟ ସତୁରୀ ଜଣ ଯୋଗ ଦେଇ ସ୍ୱୟଂ ସହାୟକ ମହିଳା ମାନଙ୍କ ଦ୍ଵାରା ଦେଶୀ ଖାଦ୍ୟ ପଇଁତିରିଶି ପ୍ରକାର ଯଥା କୁଏରି ଖିରି,ଉପମା,ମକା ଭାତ,ମାଣ୍ଡିଆ ପୋଡ଼ ପିଠା, ମଣ୍ଡା, ସୂପ୍,ଆମ୍ବ ଟାକୁଆ ଭାତ ସହିତ ବିଭିନ୍ନ ଶାଗ ଦ୍ଵାରା ତତ୍ ସହିତ ବିଭିନ୍ନ ଫଳ ଜାତୀୟ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନୀ କରିଥିଲେ।

ଏହି ପରିପ୍ରେକ୍ଷୀରେ ଗ୍ରାମ ର ମୁଖିଆ ଭୋଳନଥ ପ୍ରଧାନ,ୱାର୍ଡ ମେମ୍ବର ଶ୍ରୀମତୀ ସରିତା ପ୍ରଧାନ ପୁରାତନ ପାରମ୍ପରିକ ଖାଦ୍ୟ ର ମୂଲ୍ୟବୋଧ ତାହାର ପ୍ରସ୍ତୁତି ଏବଂ ତାହା ଦ୍ଵାରା କିପରି ରୋଗ ପ୍ରତିଷେଧକ ଗୁଣ ଅଧିକ ଥିବାରୁ ସ୍ବାସ୍ଥ୍ୟ ଠିକ୍ ରହୁଥିଲା ବର୍ତ୍ତମାନ ରାସାୟନିକ ଖାଦ୍ୟ ଖାଇବା ଦ୍ଵାରା କେଉଁଭଳି ବିଭିନ୍ନ ପ୍ରକାର ରୋଗ ହେଉଅଛି ତତ୍ ସହିତ ମାଆ,ମାଟି ସହିତ ପରିବେଶ ନଷ୍ଟ ହେଉଅଛି ତାହା ଉପରେ ଉପସ୍ଥିତି ଥିବା ବ୍ୟକ୍ତି ଙ୍କୁ ଅବଗତ କରିଥିଲେ।ଶେଷରେ ସମସ୍ତେ ଖାଦ୍ୟ କୁ ମିଳିମିଶି ଗ୍ରହଣ କରିଥିଲେ।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ସ୍ଵାତୀ ର କର୍ମଚାରୀ ଶ୍ରୀ ଗିରିଶ ଚନ୍ଦ୍ର ସାମଲ ପରିଚାଳନ କରିଥିବା ବେଳେ ଶୁ ଶ୍ରୀ ଅନ୍ନପୂର୍ଣା ପ୍ରଧାନ,ହୃଷୀକେଶ ଅମାୟତ୍ ଏବଂ ସୁନନ୍ଦ୍ ପ୍ରଧାନ ସହଯୋଗ କରିଥିଲେ।
