ନୂଆ -ଓ-ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ
ଆଜି ତା ୨୫.୧୧.୨୦୨୩ ରିଖ ଦିନ ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟର “ନୂଆ -ଓ”-“ଯୁବ ଓଡ଼ିଶା – ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଚାରି ଦିନ ଧରି ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅଧ୍ୟକ୍ଷ ଡ଼ଃ କାହ୍ନୁ ଚରଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡର ସଭ୍ୟ ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟନୟକ ମୁଖ୍ୟ ଅତିଥି ଏବଂ ବ୍ରହ୍ମପୁର ର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି କର୍ଣ୍ଣେଲ ଡ଼ଃ ପ୍ରଫୁଲ୍ଲ କୁମାର ମହାନ୍ତି , ରାଜ୍ୟ କାଜୁ ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମହାରଣା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କର୍ପୋରେଟର ଶ୍ରୀମତୀ ସୋନାଲି ଗନ୍ତାୟତ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ନୋଡାଲ ଅଫିସର ଡ଼ଃ ନମିତା କୁମାରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ଶ୍ରୀ ଶାନ୍ତନୁ କୁମାର ସୁନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା ୫୦୦ରୁ ଉର୍ଦ୍ଧ୍ବ ଛାତ୍ରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ +୨ ର ଛାତ୍ରୀ ଜୋତିଶମଣୀ ଦଳବେହେରା ଏବଂ ୟୁଜି ଓ ପିଜି ବିଭାଗର କୁସୁମତି କାର୍ଜୀ ଚମ୍ପିୟାନ କପ୍ ହାସଲ କରିଥିଲେ। ଛାତ୍ରୀ ଉପଦେଷ୍ଟା କମିଟିର ସମସ୍ତ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
