ଜଟଣୀରେ ନ୍ୟାସନାଲ ସ୍କିଲ ଟ୍ରେନିଙ୍ଗ ଇନଷ୍ଟିଚ୍ୟୁଟ ପ୍ଲସ ର ଭୂମି ପୂଜନ ଓ ଶିଳାନ୍ୟାସ

ଜଟଣୀରେ ନ୍ୟାସନାଲ ସ୍କିଲ ଟ୍ରେନିଙ୍ଗ ଇନଷ୍ଟିଚ୍ୟୁଟ ପ୍ଲସ ର ଭୂମି ପୂଜନ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଟଣୀ ବ୍ଲକ ଅନ୍ତରର୍ଗତ ପଦନପୂର୍ ପଞ୍ଚାୟତର ପଦନପୂର୍ ଗ୍ରାମଠାରେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ନ୍ୟାସନାଲ ସ୍କିଲ ଟ୍ରେନିଙ୍ଗ ଇନଷ୍ଟିଚ୍ୟୁଟ ପ୍ଲସ ର ଭୂମିପୂଜନ ଓ ଶିଳାନ୍ୟାସ କରାଯାଇଅଛି ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିକାଶ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ,ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭାରତ ସରକାରଙ୍କ ସ୍କିଲ ଡେଭଲପମେଣ୍ଟ ଇଣ୍ଟର୍ପେରିଅସ ସେକ୍ରେଟାରୀ ଅତୁଲ କୁମାର ତିୱାରୀ,ଏ ଆଇ ସି ଟି ଇ ର ଚେୟାରମେନ ପ୍ରଫେସର ସିତାରମନ୍, ଡାଇରେକ୍ଟର ଜେନେରାଲ ମୁଖ୍ୟ ତ୍ରିସଲାଜିତ୍ ସେଠୀ , ଆଇ ଆଇ ଟି ଡାଇରେକ୍ଟର ଶ୍ରିପଦ୍ କର୍ମଲକର ,ନାଇଜର ଡାଇରେକ୍ଟର ହିରେନ୍ଦ୍ର ନାଥ ଘୋଷ,ସେଞ୍ଚୁରିଆନ ମୁଖ୍ୟ ମୁକ୍ତି ବାବୁ, ଏସ ଡି ଏ ମୁଖ୍ୟ ସ୍ରିବାସ୍ତବ୍ ମହୋଦୟ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ଆସିଥିବା ଛାତ୍ର ଛାତ୍ରୀମାନେ ଯୋଗଦେଇଥିଲେ ।ନୂଆ ଭାରତର ନୂତନ ନିର୍ମାଣ ପାଇଁ ଏହି ଟ୍ରେନିଂ ଇନଷ୍ଟିଚ୍ୟୁଟ ଆଖପାଖ ଅଞ୍ଚଳ ସହ ସମଗ୍ର ଭାରତର ପିଲାମାନଙ୍କ ପାଇଁ ସହାୟକ ହେବ ବୋଲି ମନ୍ତ୍ରୀ ନିଜ ଅଭିଭାଷଣ ରେ କହିଥିଲେ ।

ଜଟଣୀ ରୁ ସାହାବୁଦ୍ଦିନ ଖାଁ ଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *