ଭୋଟର ତାଲିକାରେ ନୂତନ ଭୋଟରଙ୍କ ନାମ ସଂପୃକ୍ତ କରିବା ନେଇ ଜିଲ୍ଲାସ୍ତରୀୟ ବୈଠକ
ଯୁବବର୍ଗ ରିଲ୍ ପ୍ରସ୍ତୁତ କରି ପୁରସ୍କୃତ ହୋଇ ପାରିବେ ଛତ୍ରପୁର:-୧୨/୦୯( ) ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅଧିନ ନିର୍ବାଚନ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଗତ ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହୋଇଯାଇଛି । ଏଥି ସକାଶେ ଜିଲ୍ଲା ସ୍ତରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ଭୋଇ ଜଣାଇଥିଲେଯେ, ଆସନ୍ତା ଅକ୍ଟୋବର ମାସ ୧୮ ତାରିଖ ପର୍ଯ୍ୟନ୍ତ ସଂଶୋଧନ କାର୍ଯ୍ୟ ଚାଲିବ । ଭୋଟର ଗଣ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଠାରେ ଉପଲବ୍ଧ ଥିବା ଭୋଟର ତାଲିକା ଯାଂଚ୍ କରିପାରିବେ । ଭୋଟର ତାଲିକାରେ ରହିଥିବା ତୃଟି ଗୁଡିକୁ ସଂପୃକ୍ତ ଫର୍ମ ପୂରଣ କରି ସଂଶୋଧନ କରାଇ ପାରିବେ । ଭୋଟର ତାଲିକାରେ ନିଜ ନାମ, ଠିକଣା ଭୂଲ୍ ଥିଲେ ସଂଶୋଧନ କରାଇ ପାରିବେ । ତତ୍ ସହିତ ସ୍ଥାନ ପରିବର୍ତ୍ତନ କରିବା ନିମନ୍ତେ ମଧ୍ଯ ନିର୍ଦ୍ଧାରିତ ଆବେଦନ ପତ୍ର ପୂରଣ କରି ସଂଶୋଧନ କରାଇ ନେବେ । ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ କରିପାରିବେ । ଯୁବ ଭୋଟର ଯେଉଁ ମାନଙ୍କପର ଜନ୍ମ ୦୧. ୦୧…୨୦୦୬ ଠାରୁ ୦୧. ୦୧…୨୦୦୭ ମଧ୍ଯରେ ରହିଥିବ ସେମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି କିମ୍ବା ଅନଲାଇନ୍ ରେ ଭୋଟର ଆପ୍ ଜରିଆରେ ପୂରଣ କରି ନିଜ ନାମ ସଂଯୁକ୍ତ କରାଇ ପାରିବେ । ଏତତ୍ ବ୍ୟତୀତ ଚଳିତ ଥର ସୋସିଆଲ ମିଡିଆ ପ୍ରତିଯୋଗିତା ଆୟୋଜନ କରାଯାଇଛି । ୧୮ ବର୍ଷରୁ ୨୫ ବର୍ଷ ମଧ୍ୟରେ ରହିଥିବା ଯୁବ ଭୋଟରଗଣ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ । ୨୦ ରୁ ୩୦ ସେକେଣ୍ଡର ଛୋଟଛୋଟ ଭିଡିଓ ପ୍ରସ୍ତୁତ କରି ନିଜ ସୋସିଆଲ୍ ମିଡିଆରେ ଅପ୍ ଲୋଡ୍ କରି ପ୍ରଶାସନ ଦ୍ବାରା ପ୍ରଦତ୍ତ ଏବଂ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ପ୍ରଦତ୍ତ ସୋସିଆଲ ମିଡିଆ ରେ ଟ୍ୟାଗ୍ କରି ପ୍ରତି ସପ୍ତାହରେ ଜିଲ୍ଲା ସ୍ତରରେ 3୦୦ ଟଙ୍କା ଏବଂ ରାଜ୍ୟ ସ୍ତରରେ ୫୦୦ ଟଙ୍କା ପର୍ଯ୍ୟନ୍ତ ପ୍ରିପେଡ୍ ରିଚାର୍ଜ ଭାଉଚର୍ ପାଇ ପାରିବେ । ପ୍ରତି ସପ୍ତାହରେ ତିନି ଜଣ ଶ୍ରେଷ୍ଠ ଯୁବକଙ୍କ ଭିଡିଓ ନିମନ୍ତେ ପୁରସ୍କୃତ ହେବେ । ଏଭଳି ୯୦ଜଣଙ୍କୁ ପୁରସ୍କୃତ କରାଯିବ । ନିଜ ରିଲ୍ ପ୍ରସ୍ତୁତ କରି ନିଜ ନାମ, ଯୋଗାଯୋଗ ଫୋନ ନମ୍ବର ଏବଂ କେଉଁ ଜିଲ୍ଲାରୁ ତାହା ଦର୍ଶାଇ ଅପ୍ ଲୋଡ୍ କରାଇବାକୁ କୁହାଯାଇଛି l
