ଇମ୍ଫା ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ରାୟଗଡ଼ା-୨୧/୦୬/୨୦୨୪ଥେରୁବାଲି ର ପୁର୍ବାକାଶ ରେ ସିନ୍ଦୁରା ନ। ଫାଟୁଣୁ ଇମ୍ଫାର ମଧୁସୂଦନ ନଗର କ୍ଳବ୍ ପରିସରରେ ସବୁଜ ଘାସର ଗାଲିଚାରେ ଇମ୍ଫାର ଉପ ସଭାପତି ଓ ଭାରପ୍ରାପ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀମାନ ଆଶିଷ କୁମାର ରାୟଙ୍କ ପ୍ରଶିକ୍ଷଣ ରେ ଆନ୍ତର୍ଜାତୀୟ ଯୋଗ ଦିବସ ବହୁ ଉତ୍ସାହ ଓ ଉଦ୍ଦୀପନର ସହ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଇମ୍ଫା ପରିବାର ଯୋଗପ୍ରେମୀ ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ। ଦୀର୍ଘଦିନ ଧରି ପ୍ରତିଦିନ ସକାଳେ ଇମ୍ଫାର ଯୋଗ ପ୍ରେମୀ ମାନଙ୍କ ପାଇଁ ଯୋଗ ପ୍ରଶିକ୍ଷକ ଶ୍ରୀମାନ ଆଶିଷ କୁମାର ରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଯୋଗସାଧନା କରାଯାଇଥାଏ। ଯୋଗ ମନୁଷ୍ୟକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବାରେ ସହାୟତା କରିଥାଏ । ବିଦେଶ ରେ ଲୋକମାନେ ଭାରତୀୟ ଯୋଗ ଦର୍ଶନ କୁ ଗ୍ରହଣ କରି ସେମାନଙ୍କ ଦେଶରେ ଯୋଗ ଶିକ୍ଷା କରୁଛନ୍ତି ଓ ଯୋଗ ଶିକ୍ଷା କ୍ଷେତ୍ରରେ ଭାରତ ବର୍ତ୍ତମାନ ବିଶ୍ୱଗୁରୁ ଭାବେ ଉଭା ହୋଇଛି। ଏଣୁ ପ୍ରତ୍ୟେକ ମନୁଷ୍ୟ ପ୍ରତିଦିନ ଯୋଗ କରିବାକୁ ସେ ପରାମର୍ଶ ଦେବା ସହ ଯୋଗ କୁ ଜୀବନର ଏକ ଅଙ୍ଗ ଭାବେ ଗ୍ରହଣ କରି ପାରିଲେ ମନ୍ ଓ ପରିବେଶ ଶାନ୍ତ ରହିବ ଓ ଉନ୍ନତି ର ମାର୍ଗ ଉନ୍ମୁକ୍ତ ହେବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ଇମ୍ଫାର ବରିଷ୍ଠ ଅଧିକାରୀ ଓ ତାଙ୍କର ପରିବାର ବର୍ଗ ଯୋଗ ଦେଇ ଏଭଳି ଏକ ଆୟୋଜନ ପାଇଁ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ।

NILAMBAR MISHRA Reporter Rayagada

Leave a Reply

Your email address will not be published. Required fields are marked *