ବ୍ଲକ ଜେ. ଇ ପଂଚାୟତ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା।ଚାରି ଲକ୍ଷର ଗେଟ ପାଚେରୀ ଭାଙ୍ଗିଗଲା

ବ୍ଲକ ଜେ. ଇ ପଂଚାୟତ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା।ଚାରି ଲକ୍ଷର ଗେଟ ପାଚେରୀ ଭାଙ୍ଗିଗଲା। ପୁନର୍ବାର ଚାଲିଛି ପାଚେରୀ ନିର୍ମାଣ। କାମର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ।ପାଚେରୀ ଭାଙ୍ଗିଲେ ଦୁର୍ବୁତ୍ତ. ଏଭଳି ଏକ ହାସ୍ୟାସ୍ପଦ ଘଟଣା ଘଟିଛି ନିମାପଡା ଭୋଗଶାଳଦା ପଂଚାୟତରେ.ନିମ୍ନ ମାନର କାମ ପାଇଁ ପାଚେରୀ ଭାଙ୍ଗି ଥିବା ବେଳେ ଏହାକୁ ଦୁର୍ବୁତ୍ତ ଭାଙ୍ଗି ଥିବାର ରୂପରେଖ ଦିଆ ଯାଇଛି. ସୂଚନା ମୁତାବକ ନଢ଼ଣା ଛକରେ ବ୍ଲକ ପକ୍ଷରୁ ରନ୍ତାକର ଦାସ କଲ୍ୟାଣ ମଣ୍ଡପର ଗେଟ ଏବଂ ପାଚେରୀ ଚାରି ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା। ପଂଚାୟତର ପଂଚାୟତ ଅଧିକାରୀ (ପି. ଇ. ଓ ) କବିରାଜ କାଣ୍ଡି କଣ୍ଟ୍ରାକ୍ଟର ଏବଂ ସପ୍ଲାରର ଥିଲେ। ଏହି କାର୍ଯ୍ୟକୁ ତଦାରଖ କରୁଥିଲେ ବ୍ଲକ ଜେ. ଇ ସମୀର ବେହେରା।

ତେବେ ଏଠି ପ୍ରଶ୍ନ ଉଠୁଛି ଦୁଇଜଣ ସରକାରୀ ଅଧିକାରୀ ଏତେ ମଜବୁତ କାର୍ଯ୍ୟ କଲେ ଯେ ଏହାର ନିର୍ମାଣ ହେବାର କିଛି ଦିନ ପରେ ପାଚେରୀ ଗଳି ପଡିଲା। ଆଉ ରୂପରେଖ ଦିଆ ଦିଆ ଗଲା ଦୁର୍ବୁତ୍ତ ପାଚେରୀକୁ ଭାଙ୍ଗି ଦେଲେ। ଏଠି ପ୍ରଶ୍ନ ଉଠୁଛି ଦୁର୍ବୁତ୍ତ କିପରି ପାଚେରୀ ଭାଙ୍ଗି ଦେଲେ।ସରକାର କେ ମାଲ ଦରିଆ ମେଁ ଡାଲ ନୀତିରେ ଏହି କାର୍ଯ୍ୟ ବୋଧେ କରା ଯାଇଥିଲା। ସବୁଠୁ ହାସ୍ୟାସ୍ପଦ କଥା ହେଉଛି ବର୍ତ୍ତମାନର ସରପଞ୍ଚ ପୂର୍ବତନ ବିଡ଼ିଓଙ୍କ ପାଖରେ ଅଭିଯୋଗ କରିଥିଲେ ଦୁର୍ବୁତ୍ତ ପାଚେରୀ ଭାଙ୍ଗି ଦେଲେ. ତେବେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ନିମ୍ନ ମାନର କାମ ପାଇଁ ନିର୍ମାଣ ହେବାର କିଛି ଦିନ ପରେ ପାଚେରୀ ଗଳି ପଡିଲା.ଏବେ ପୁଣି ପୁନର୍ବାର ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଚାରି ଲକ୍ଷ ଟଙ୍କା ସ୍ୱାହା ପରେ ପୁଣି ନିର୍ମାଣ ଚାଲିଛି। ଗେଟ ଉପରେ ଟିକେ ନଜର ପକାନ୍ତୁ ଗେଟ ଅବସ୍ଥା ଜରାଜୀର୍ଣ୍ଣ। ଗେଟରେ ଲାଗିଥିବା ଟାଇଲ ସବୁ ଗଳି ପଡ଼ିଲାଣି। ଏଭଳି ନିମ୍ନ ମାନର କାର୍ଯ୍ୟ ପାଇଁ ଦୁଇ ଅଧିକାରୀ ବିଲ କରିଛନ୍ତି ଚାରି ଲକ୍ଷ ଟଙ୍କା ଏ କଥା ଆମେ କହୁ ନାହୁଁ ବରଂ ବ୍ଲକ ଦେଇଥିବା ତଥ୍ୟ କହୁଛି। ଦୁଇ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ହୋଇଥିବା ଏହି କାର୍ଯ୍ୟକୁ ନେଇ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ଏହାର ତଦନ୍ତ ପାଇଁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି.ତେବେ ଏହି ହାସ୍ୟାସ୍ପଦ ଘଟଣାର ତଦନ୍ତ ଠିକ ହେଉଛି ନା ନାଲି ଫାଇଲ ତଳେ ଚାପି ହେଇ ଯାଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *