ଅସହାୟ ଗ୍ରାମନିବାସୀକଙ୍କୁ ସହାୟତା କଲେ ଉତ୍କଳ ଜନନୀ ସେବା ସଂଗଠନ

ବସ୍ତା,୨୭।୬(ନିପ୍ର):ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗିଲାଯୋଡି ଗାଁ ର ପଞ୍ଚାନନ ମହାଲ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଛନ୍ତି। ଏକମାତ୍ର ପୁଅ ଏବଂ ସ୍ତ୍ରୀ  ଲୋକଙ୍କ ଘରୁ ମାଗି ଯାଚି ଚଳନ୍ତି। ଦିନରେ ଗୋଟିଏ ଓଳି ଚୁଲି ଜଳେ ତ ଗୋଟିଏ ଉଳି ଜଳେନି। ବହୁ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବା ପରିବାର ବିଷୟରେ ଖବର ପାଇ ଉତ୍କଳ ଜନନୀ ସେବା ସଂଗଠନ ପରିବାର ପାଖରେ ପହଁଞ୍ଚିଥିଲେ। ସଂଗଠନ ତରଫରୁ ଛଅ ମାସ ର ରେସନ ସାମଗ୍ରୀ,  ମୁଢି, ଚାଉଳ, ଚୂଡ଼ା,ନୂତନ ବସ୍ତ୍ର, ପାଠ୍ୟ ସାମଗ୍ରୀ ଏବଂ ମେଡ଼ିସିନ ପାଇଁ ନଗଦ ଟଙ୍କା ପ୍ରଦାନ କରିଛନ୍ତି। ସଂଗଠନ ର ସଭାପତି ହେମନ୍ତ କୁମାର ଜେନା, ଗଗନ ବିହାରୀ ସାହୁ,ନବୀନ ବଡୁ, ଗୌରବ ବେହେରା, ବବିତା ଜେନା, ସୁମତି ସାହୁ, ରାକେଶ ସେନାପତି, ବନମାଳୀ ଜେନା, ମୁନା ଜେନା, ସୀତାରାମ ଦାସ, ସତ୍ୟଜେନା ଉମେଶ ଜେନା, ଗଣେଶ ଜେନା, ସତ୍ୟନାଥ ଦାସ, ଶ୍ରୀତମ ଜେନା, ଦୀପକ ଜେନା, ତପନ ରଣବାଜ ବିଶ୍ଵଭୂଷଣ ନନ୍ଦ, ପ୍ରମୁଖ ଗିଲାଯୋଡି ଗ୍ରାମ ରେ ପହଞ୍ଚି ଅସହାୟ ପରିବାର କୁ ସହାୟତା ଯୋଗାଇ ଦେଇଛନ୍ତି।ସଂଗଠନ ର ଏତାଦୃଶ୍ୟ କାର୍ଯ୍ୟ କୁ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *