_ସହର ତଳି ଅଞ୍ଚଳ ନେତାଜୀ ନଗରରେ ବୃକ୍ଷରୋପଣ।

‘__ବ୍ରହ୍ମପୁର — ୧/୭/୨୦୨୪ , ଆଜି ସହର ତଳି ଅଞ୍ଚଳ ଜଗଦଲପୁର ପଞ୍ଚାୟତର ନେତାଜିନଗରରେ ସ୍ଥାନୀୟ କମିଟି ଓ ସାହି ବାସିନ୍ଦାଙ୍କ ଉଦ୍ୟମରେ ଓ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ନେତାଜୀ ନଗରର ମୁଖ୍ୟ ରାସ୍ତା ପାର୍ଶ୍ବ ତଥା ବିଭିନ୍ନ ସ୍ଥାନରେ ସାହି ବାସିନ୍ଦାଙ୍କ ସହଯୋଗରେ ବିଭିନ୍ନ କିସମର ପରିବେଶ ଉପଯୋଗୀ ଫଳ ଗଛ ଲଗାଯାଇଥିଲା। ଉପସ୍ଥିତ ଲୋକଙ୍କୁ ଗଛର ଲଗେଇବାର ମହତ୍ତ୍ଵ ଏହାର ଆବଶ୍ୟକତା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ଆଗାମୀ ଦିନରେ ଗ୍ରାମର ଅନ୍ୟ ସ୍ଥାନରେ ଏହିଭଳି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାଯାଇଛି। ଏହି ମହତ୍ କାର୍ଯ୍ୟରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର , ସନ୍ତୋଷ ପାତ୍ର, ଗଙ୍ଗାଧର ପାତ୍ର, ମହାଲକ୍ଷ୍ମୀ ପାତ୍ର, ଲିଲି ପାତ୍ର ଏବଂ ନରଶାମା ପାତ୍ର ଦ୍ୱାରା ସଂଯୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *