ବାଘ ଆକ୍ରମଣରେ ଛେଳି ଚରାଳି ଗୁରୁତ୍ୱର
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ ରେଞ୍ଜରେ ବାଘ ଆତଙ୍କ ଖେଳାଇ ଦେଇଛି ।ଉକ୍ତ ରେଞ୍ଜ ଅଧିନସ୍ଥ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଝରା ଗ୍ରାମର ଅନୁକୂଳ ନାୟକଙ୍କ ସ୍ତ୍ରୀ ପଭିନା ନାୟକ ୪୫ ବର୍ଷ ଓ ସାହିର ଆଉ ୨ ଜଣ ମିଶି ଗାଁ ପାଖ କେନ୍ଦୁମୁଣ୍ଡା ଜଙ୍ଗଲକୁ ଛେଳି ଚରାଇବାକୁ ନେଇଥିଲେ ।ଅପରାହ୍ନ ପ୍ରାୟ ସାଢେ଼ ୧୨ ଟା ସମୟରେ ନିଘଞ୍ଚ ବୁଦା ମୂଳେ ଏକ ବାଘ ଛପି ରହିଥିଲା । ଛେଳି ଧରି ଆସିବା ବେଳକୁ ବୁଦା ମୂଳରୁ ବାଘ ବାହାରି ଆସି ପଭିନାକୁ ଆକ୍ରମଣ କରିଥିଲା ,ପଭିନା ପଡିଯିବାରୁ ବେକକୁ ଧରିବା ବେଳକୁ ସାଥିରେ ଯାଇଥିବା ଛେଳି ଚରାଳି ମାନେ ପାଟି କରିଥିଲେ

।ଯାହା ଫଳରେ ବାଘଟି ସେଠାରୁ ପଳାଇ ଯାଇଥିଲା ।ଆକ୍ରମଣରେ ୨ କାନ୍ଧ ଓ ଛାତିରେ କ୍ଷତ ଲାଗିଛି ।ସଙ୍ଗେ ସଙ୍ଗେ ପାଖ ପଡୋଶୀ ଲୋକମାନେ ଧାଇଁ ଆସି ମହାବୀରୋଡ ରେଞ୍ଜ ଅଧିକାରୀଙ୍କୁ ଜଣାଇଥିଲେ ।ଖବର ପାଇ ରେଞ୍ଜର ହରେଶ ଚନ୍ଦ୍ର କିଷାନ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପରଜଙ୍ଗ ମେଡିକାଲ ଆଣି ଚିକିତ୍ସା କରାଇଥିଲେ ।ବାଘ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ପଭିନା ବର୍ତ୍ତମାନ ସୁରକ୍ଷିତ ଅବସ୍ଥାରେ ରହିଛନ୍ତି ।ବର୍ତ୍ତମାନ ଅଞ୍ଚଳରେ ଵାଘ ଆତଙ୍କ ଖେଳାଇ ଦେଇଛି ।
