NEWS
ଏଥିରେ ରାଜ୍ଯ ସଂଯୋଜକ ରଞ୍ଜନ କୁମାର ମହାନ୍ତି, ପୁରୀ ଜିଲ୍ଲା ସଂଯୋଜକ ସୋନାଲିମୟୀ ସାହୁ,ସହକାରୀ ସଂଯୋଜକ ଚିନ୍ମୟ ବାରିକ ତାଲିମ୍ ଦେଇଥିଲେ |ଘର ନିର୍ମାଣ ବେଳେ ଆମକୁ ଅଧିକ୍ ସତର୍କ ହେବାକୁ ପଡିବ |୧୯୭୧ ରୁ ୧୯୯୯ ମସିହା ମଧ୍ୟରେ ଥରେ ମାତ୍ର ବାତ୍ୟା ହୋଇଥିବା ବେଳେ ୨000 ମସିହାରୁ ୨୦୨୩ମସିହା ପର୍ୟ୍ୟନ୍ତ ପ୍ରତିବର୍ଷ ୩ ଥର ବାତ୍ୟା ହେଇଛି, ଆଗାମୀ ଦିନରେ ବର୍ଷ କୁ ୭ଥରରୁ ୧୦ ଥର ଯାଏଁ ବାତ୍ୟା ହୋଇପାରେ|ସମୁଦ୍ର ପତନର ଉତାପ ୩୦ ବର୍ଷ ତଳେ ୬ଡିଗ୍ରୀ ଥିବାବେଳେ ଏବେ ୧୯ ଡିଗ୍ରୀ ହୋଇଛି|ଆଗାମୀ ଦିନରେ ୨୪ଡିଗ୍ରୀକୁ ବୃଦ୍ଧି ପାଇବ ବୋଲି ଆକଳନ କରା ଯାଇଥିବା ପ୍ରଶିକ୍ଷକ ମାନେ ମତ ଦେଇଥିଲେ|ପ୍ରାକୃତିକ ବିପର୍ୟ୍ୟୟ ବେଳେ ଘର କିପରି ସୁରକ୍ଷିତ ରହିବ ସେ ନେଇ ବ୍ୟାପକ ଭାବେ ତାଲିମ୍ ଦିଆ ଯାଇଥିଲା|
