ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ
ଅମୃତ ଭାରତ ଏ୍ସପ୍ରେସ ରହଣି ଦାବିରେ କୋରେଇ ସଂଗ୍ରାମ ସମିତି ଓ ସିଭିଲସୋସାଇଟ ପକ୍ଷରୁ ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ l ପ୍ରକାଶ ଯୋଗ୍ୟ ଯାଜପୁର ରୋଡ ରେଳ ଷ୍ଟେସନରେ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଓ କୋରେଇ ଷ୍ଟେସନର ବିକାଶ ପାଇଁ ଅନେକ ଦିନ ହେବ ବିଭିନ୍ନ ଗଣ ସଂଗଠନ ପକ୍ଷରୁ ଦାବି ହେଉଛି l ତେବେ ଏହି ଦାବିପତ୍ର ପ୍ରତି କୌଣସି ରେଳ ବିଭାଗ କତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି l ଯାହାକୁ ଦୃଷ୍ଟରେ ରଖି ଆଜି କୋରେଇ ସଂଗ୍ରାମ ସମିତି ଓ ସିଭିଲସୋସାଇଟି ପକ୍ଷରୁ ଏହି ଦାବି ପୂରଣ ଉଦେଶ୍ୟରେ ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ କଯାଇଛି l ଆଜି କୋରେଇ ସଂଗ୍ରାମ ସମିତି ସଭାପତି ବିଦ୍ୟାଧର ମହାନ୍ତି ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସିଭିଲସୋସାଇଟି ଆବାହକ ବିବେକାନନ୍ଦ ମହାନ୍ତି, ସିପିଆଇଏମ ଜିଲ୍ଲା ସଭାପତି ପ୍ରଫୁଲ ନାୟକ ଯୋଗଦେଇ ରେଳ ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ଭର୍ସନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ରେଳ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହା କରିଥିବା ସୂଚନା ମିଳିଛି l
