ଏକ ପେଡ ମା ଏକ ନାମ”

ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ ରେ ଶିକ୍ଷା ସପ୍ତାହ ପାଳନ ଅବସରରେ “ଏକ ପେଡ ମା ଏକ ନାମ”କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଦିଗାମ୍ବରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ ରେ ଶିକ୍ଷା ସପ୍ତାହ ପାଳନ ଅବସରରେ “ଏକ ପେଡ ମା ଏକ ନାମ” କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ପାଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଜୁଲାଇ ମାସ ବାଇଶି ତାରିଖ ଦିନ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ର ଷଷ୍ଠ ଦିବସ ଜୁଲାଇ ମାସ ସତେଇଶି ତାରିଖ ମହାସମାରୋହରେ ପାଳନ କରାଯାଇଅଛି। ପରିବେଶ କ୍ଲବ୍ ର ତତ୍ବାବଧାରକ ଶିକ୍ଷକ ଅଭୟ କୁମାର ଶତପଥି ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ପରିବେଶବିତ୍ ତଥା ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ସାମନ୍ତ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ର ମାହାତ୍ମ୍ୟ ବିଷୟ ରେ ଆଲୋଚନା କରି ସମସ୍ତେ ଗୋଟିଏ ଲେଖାଏଁ ଚାରା ରୋପଣ କରି ପୃଥିବୀ ମାତାଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ରଶ୍ମୀବାଳା ସାମଲ, ଶିକ୍ଷକ ଅରୁଣ କୁମାର ଧରୁଆ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *