ରୋଗୀ ସହାୟକ ବିଶ୍ରାମଗୃହ ର ଭିତ୍ତିପ୍ରସ୍ତର ସ୍ଥାପନା
କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ନୂତନ ରୋଗୀସହାୟକ ବିଶ୍ରାମ ଗୃହ ର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି l ପୂର୍ତ୍ତବିଭାଗର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ ଏହି ନୂତନ ୩୦ ସଂଖ୍ୟା ବିଶିଷ୍ଟ ରୋଗୀ ସହାୟକ ଗୃହ ର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି l ଏହି ରୋଗୀ ସହାୟକ କେନ୍ଦ୍ର ହେବା ଫଳରେ ମେଡିକାଲ କୁ ଆସୁଥିବା ରୋଗୀ ମାନଙ୍କ ସମ୍ପର୍କିୟ ମାନଙ୍କ ପାଇଁ ସୁବିଧା ହୋଇପାରିବ l ଆଗାମୀ ସମୟରେ ଏହି ରୋଗୀ ସହାୟକ କେନ୍ଦ୍ର ର ଆକାର କୁ ବର୍ଦ୍ଧିତ କରାଯାଇ ଏହି କେନ୍ଦ୍ର କୁ ତିନି ମହଲା ବିଶିଷ୍ଟ କେନ୍ଦ୍ର ରେ ପରିଣତ କରାଯିବା ସହ ଅଧିକ ରୁ ଅଧିକ ରୋଗୀ ସହାୟକ କିପରି ସୁବିଧା ରେ ରହିପାରିବେ ସେନେଇ ବ୍ୟବସ୍ଥା କରାଯିବା ନେଇ ଉଭୟ ବିଧାୟକ ମତ ରଖିଛନ୍ତି l ଏବଂ ପରିଶେଷରେ ଦୁଇ ବିଧାୟକ ଉପଖଣ୍ଡ ମେଡିକାଲର ବାଭିନ୍ନ ଓ୍ବାର୍ଡ ବୁଲି ରୋଗିଙ୍କ ସ୍ବାସ୍ଥ୍ୟ ପଚାରି ବୁଝିବା ସହ ଫଳବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ତ୍ତବିଭାଗର ସମସ୍ତ କର୍ମଚାରି ଉପସ୍ଥିତ ରହିବା ସହ ବହୁ ସଂଖ୍ୟାରେ ବିଜେପି କର୍ମିମାନେ ଉପସ୍ଥିତ ଥିଲେ।
