ରାସ୍ତା ସାଜିଛି ମରଣଯନ୍ତା
ଉପାନ୍ତ ଅଞ୍ଚଳର ସମସ୍ୟା ରାସ୍ତାରେ ଲଗେଇଲା ଧାନ ।ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଂଚାୟତ ଅନ୍ତର୍ଗତ ଗୋଟିଛାପର ଯିବା ରାସ୍ତା ପ୍ରାୟ ଦେଢ଼ କିଲୋମିଟର ରାସ୍ତା କାଦୁଅରେ ପଚପଚ ହୋଇଯାଇଛି l ଉକ୍ତ ରାସ୍ତାଦେଇ ଗାଁ ଲୋକେ ସହର ବଜାର ଚିକିତ୍ସା ଲୟ ଯିବାଆସିବା କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଦ୍ୟାଳୟକୁ ଯିବାଆସିବା କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖବାକୁ ମିଳିଛି l କାଦୁଅରେ ପଚପଚ ରାସ୍ତା ସାଜିଛି ମରଣଯନ୍ତା ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଗାଁ ଲୋକେ l ଟିକିଏ ବର୍ଷା ହେଲେ ଉକ୍ତ ରାସ୍ତାରେ ଯିବାଆସିବା କରିବାଟା ସମ୍ଭବ ହୋଇନଥିବା ବେଳେ କୌଣସି ଜରୁରୀ କାଳୀନ ସେବା ଉକ୍ତ ଗାଁରେ ପହଞ୍ଚିପାରୁନି l ସ୍ୱାସ୍ଥ୍ୟ ସେବା କଥା ନ କହିଲେ ଭଲ ନା ଗାଆଁରେ ଯାଇ ପାରୁଛି ଆମ୍ବୁଲାନ୍ସ ଏଭଳି ମୌଳିକ ସୁବିଧାରୁ ବଞ୍ଚିତ ଗୋଟିଛାପର ଗାଁ ଲୋକେ ରୋଗୀଙ୍କୁ ଖଟିଆରେ ବହିନେବାକୁ ପଡ଼ିଥାଏ l ଉକ୍ତ ସମାସ୍ୟା ବିଷୟରେ ଗ୍ରାମର ସରପଞ୍ଚ, ୱାର୍ଡ ମେମ୍ବର, ସମସ୍ତଙ୍କୁ ଜଣେଇବା ପରେ ମଧ୍ୟ ରାସ୍ତାରେ ଏପର୍ଯ୍ୟନ୍ତ କୌଣସି ମରାମତି କାର୍ଯ୍ୟ ହୋଇ ପାରିଲା ନାହିଁ। ତେଣୁ ଗାଁ ଲୋକେ ଆଜି ପ୍ରତିବାଦ କରି ରାସ୍ତାରେ ଲଗେଇଲେ ଧାନ। ତେବେ ଦେଖିବାକୁ ବାକି ରହିଲା ଏଭଳି ଉପାନ୍ତ ଅଞ୍ଚଳର ଏଭଳି ସମସ୍ୟା ଉପରେ ସରକାରୀ ବାବୁଙ୍କ ନଜର ପଡ଼ିବ କେବେ l
✍️ ରାଇଘର ବ୍ଲକ ରୁ ପ୍ରଦୀପ ଶିକଦାରଙ୍କ ରିପୋର୍ଟ୍ ତୀର୍ଥକ୍ଷେତ୍ର
