ଧାରା ଶିରାବଣ
ଧାରା ଶିରାବଣ
କର୍ମ କରେ ଚଷାପୁଅ
ଜଳରାଶି ହେଲେ
ଶାରବଣ ମାସେ ଧାରା
ବର୍ଷା ହୁଏ ଭଲେ।
ବିଲ ବାରି କାମ ପାଇଁ ଜଳ ଦରକାର
ଇନ୍ଦ୍ର ବୃଷ୍ଟିପାତ କରେ ଜଳ
ହୋଇ ତତ୍ ପର।
ବେହୁଡା ବେଉଷଣ ଯେ ତଳିରୁଆ ଜାଣ
ବର୍ଷା ହୁଏ ଘନ ଘନ ଧାରା ଶିରାବଣ।
ପ୍ରକୃତି ରାଣୀ ର ଦୁଃଖ ଦୂର ହେବା ପାଇଁ
ବୃଷ୍ଟିପାତ କରେ ଇନ୍ଦ୍ର ତତପର ହୋଇ।
ବିଶ୍ବ ବାସୀ ଙ୍କ ଦୁଃଖ ନିବାରଣ ପାଇଁ
ଅହରହ ବର୍ଷା ହୁଏ ଦୁଃଖ ଦୂର ପାଇଁ।
ଶିରାବଣ ମାସକୁ ଅନାଏ କୃଷକ
କୃଷି କାର୍ଯ୍ୟେ ମନ ଲାଗେ ଯେପରି ଭାବୁକ

ପ୍ରକୃତି ବନ୍ଧୁ ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
