ବାଇସିଙ୍ଗା ସପ୍ନେଶ୍ୱର ମନ୍ଦିରରେ ଚୋରି

ବାଇସିଙ୍ଗା ସପ୍ନେଶ୍ୱର ମନ୍ଦିର ଚୋରି ରେ ଦୁର୍ବୁତ୍ତ ଙ୍କ ଫୋଟୋ ସିସିଟିଭି ରେ କଏଦଫର୍ମାଟ |କାମାକ୍ଷାନଗର ବ୍ଳକ ବାଇସିଙ୍ଗା ସ୍ୱପ୍ନେଶ୍ୱର ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ମନ୍ଦିର ର ତାଲା ଭାଙ୍ଗି ଚୋରି ହୋଇଯାଇଛି।ଗତକାଲି ମନ୍ଦିର ପୂଜକ ମଳୟ କୁମାର ପଣ୍ଡା ସନ୍ଧ୍ୟା ଆଳତି ସାରି ମନ୍ଦିର ତାଲା ପକାଇ ଘରକୁ ଯାଇ ଥିଲେ। ପରଦିନ ସକାଳେ ପୂଜା କରିବାକୁ ଆସି ଦେଖନ୍ତି ଶିବମନ୍ଦିର ଓ ପାର୍ବତୀ ମନ୍ଦିର ତାଲା ଭଙ୍ଗା ଯାଇଛି। ଏହି ଖବର ସାଙ୍ଗେ ସାଙ୍ଗେ ମନ୍ଦିର ର ସଭାପତି ବ୍ରହ୍ମା ନନ୍ଦ ଦେହୁରୀ, ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ସାହୁ, ମନ୍ଦିର କମିଟି ସମସ୍ତ ସଦସ୍ୟମାନଙ୍କୁ ଜଣାଇଥିଲେ। ପୂଜକ ପୂଜାନୀତି ବନ୍ଦ କରି କାମାକ୍ଷାନଗର ଥାନାରେ ମୋୖଖିକ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ମନ୍ଦିରରେ ପହଞ୍ଚି ଏହାର ତଦନ୍ତ କରି ଦେଖିଲେ ଶିବମନ୍ଦିର ରୁ ଦୁଇଟି ବିଗ୍ରହ ମୁକୁଟ ଏବଂ ପାର୍ବତୀ ମନ୍ଦିର ରୁ ଗୋଟିଏ ବଡ଼ ମୁକୁଟ,ଦୁଇଟି ପିତ୍ତଳ ଖଡ଼ୁ,ଓ ମା’ଙ୍କ ମୁଣ୍ଡରୁ ସୁନା ର ଟିକିଲି ହାରାହାରି ୨୫ହଜାର ଟଙ୍କା ମୂଲ୍ୟର ହେବ ବୋଲି ଅନୁମାନ କରାଯାଇଛି। ଏହାପରେ ପୂଜକ ଏକ ଲିଖିତ ଅଭିଯୋଗରେ ଥାନା ଅଧିକାରୀ ଙ୍କୁ ଜଣାଇଥିଲେ। ଦୁର୍ବୃତ୍ତ ମାନଙ୍କର ଏପରି କାର୍ଯ୍ୟ କୁ ଗ୍ରାମବାସୀ ତଥା ବୁଦ୍ଧିଜୀବି ମହଲ ରେ ଘୋର ନିନ୍ଦା କରିବା ସହିତ ଦୁର୍ବୃତ୍ତ ମାନଙ୍କୁ ଉଚିତ୍ ଦଣ୍ଡବିଧାନ କରିବା ପାଇଁ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି। ତେଣୁ ପୋଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *