ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା

ଯାଜପୁର ରୋଡ଼ ମୁଣ୍ଡମାଳ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ସପ୍ତବିଂଶ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି l ବିଜୟ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିନ୍ଦଲ ସି ଏସ ଆର ମୁଖ୍ୟ ସୁକାନ୍ତ କୁମାର ରଥ, ମୁଖ୍ୟ ବକ୍ତା ଭାବେ ଦିଗନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇ ବିଜ୍ଞାନ ମେଳା ର ଆଭିମୁଖ୍ୟ ଓ ପିଲାମାନଙ୍କ ଭିତରେ ରହିଥିବା ଲୁକାୟିତ ପ୍ରତିଭା ଉପରେ ପିଲାମାନଙ୍କୁ ଦିଗଦର୍ଶନ ଦେଇଥିଲେ l ପ୍ରଧାନ ଆଚାର୍ଯ୍ୟ ତ୍ରିଲୋଚନ ପ୍ରଧାନ ଙ୍କ ତତ୍ଵାବଧାନ ରେ ତିନୋଟି ବିଭାଗ ର ପ୍ରାୟ ୩୦୦ରୁ ଉର୍ଦ୍ଧ ପିଲାମାନେ ଏହି ମେଳା ରେ ଅଂଶଗ୍ରହଣ କରି ନିଜନିଜର ପକଳ୍ପ ପରିବେଷଣ କରିଥିଲେ l ପିଲାମାନେ ଏହି ବିଜ୍ଞାନ ମେଳା ରେ ବିଶେଷ କରି ବୈଜ୍ଞାନିକ, ଗାଣିତିକ, ଭୋଗୋଳିକ, ସାଂକୃତିକ, ପରିବେଶ ଲୋକକଳା, ଓ ମୂର୍ତ୍ତି କଳା ଉପରେ ଧ୍ୟାନ ଦେଇଥିଲେ l ବିଚାରକ ମାନଙ୍କ ଦ୍ଵାରା ଶ୍ରେଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ବଛାଯାଇ ବିଦ୍ୟାଳୟ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ବିଜ୍ଞାନ ମେଳା କୁ ବିଦ୍ୟାଳୟ ର ସମ୍ପାଦକ ଦିଲୀପ କୁମାର ଜେନା, ଉପସଭାପତି ଦୁଃର୍ଜ୍ୟଧନ ରାଉତ, ସଞ୍ଜୟ କୁମାର ଦେଓ ଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ lଯାଜପୁର ରୋଡ଼ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *