ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅବସର କାଳିନ ଉତ୍ସ ସମ୍ବର୍ଦ୍ଧନା

ବାଲିମେଳା ତା 31/07/2024.ଆଜି ସ୍ଥାନୀୟ ଓରକେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ଘଣ୍ଟ ଦୀର୍ଘ 34 ବର୍ଷ କାର୍ଯ୍ୟକାଳ ସମାପ୍ତ କରି ଅବସର ଗ୍ରହଣ କରିଛନ୍ତି l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା ସମିତି ର ସଦସ୍ୟ ସଦସ୍ୟା ଗଣ, ପାଚିକା ଓ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଏକ ବିଦାୟ କାଳୀନ ସଭା ର ଆୟୋଜନ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମି ପ୍ରଭା ସାହୁ ଙ୍କ ସଭାପତିତ୍ୱ ରେ କରାଯାଇଥିଲା l ଉକ୍ତ ସଭାରେ ଶ୍ରୀଯୁକ୍ତ ଅସିତ ମିସ୍ତ୍ରୀ ଵି. ଇ. ଓ. ମୁଖ୍ୟ ଅତିଥି ରୂପେ ଓ ଶ୍ରୀଯୁକ୍ତ ସତ୍ୟନାରାୟଣ ଦେ ବି. ଆର. ସି. ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ l ଶ୍ରୀଯୁକ୍ତ କିରଣ କାନ୍ତ ସାହୁ, ଶିକ୍ଷକ,ମଞ୍ଚ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି,ମମତା ଘଣ୍ଟଙ୍କୁ ଜଣେ ସରଳ, ମିଷ୍ଟଭାସି, ଉତ୍ତମ ଶିକ୍ଷୟିତ୍ରୀ ଭାବେ ବର୍ଣ୍ଣନା କରିଥିଲେ l ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଦୈତାରୀ ଖରା ଓ ସଦସ୍ୟ ଶ୍ରୀଯୁକ୍ତ କମୁଳୁ ଖରା ମମତା ଘଣ୍ଟଙ୍କ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ସକାଶେ ଥିବା ନିଷ୍ଠା ର ବର୍ଣ୍ଣନା କରି କହିଲେଜଯେ,ଯେ କୌଣସି ସମୟରେ କୌଣସି ଅଭିଭାବକ କିମ୍ବା ଛାତ୍ର ଛାତ୍ରୀ କୌଣସି ସମସ୍ୟା ନେଇ ପହଁଚିଲେ ସେ ଉପଯୁକ୍ତ ସ୍ଥାନକୁ ସମ୍ପର୍କ କରି ତାହାର ସମାଧାନ କରନ୍ତି.l ଛାତ୍ର ଛାତ୍ରୀ ମାନେ ମମତା ଘଣ୍ଟଙ୍କୁ ଜଣେ ସ୍ନେହ ଓ ମମତା ର ପ୍ରତୀକ, ଜଣେ ଭବିଷ୍ୟତ ର ଦିଗ ଦର୍ଶିକା ରୂପେ ବର୍ଣ୍ଣନା କରିଥିଲେ l .ଶିକ୍ଷକ ଶିକ୍ଷୟିତ୍ରୀ, ପାଚକ ପାଚିକା ମାନେ ଏକ ସ୍ୱରରେ କହିଲେ ଯେ ଶ୍ରୀମତୀ ମମତା ଘଣ୍ଟ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା ସମିତି ସଦସ୍ୟ /ସଦସ୍ୟା, ପାଚିକା ମାନଙ୍କୁ ଗୋଟିଏ ଛାତ ତଳେ ଆଣି ଏକ ପାରିବାରିକ ପରିବେଶ ସୃଷ୍ଟି କରିବା ସକାଶେ ସକ୍ଷମ ହୋଇପାରିଥିଲେ l ସମସ୍ତେ ଏକ ସ୍ୱରରେ ତାଙ୍କ ଶିକ୍ଷା ଦାନର ପଦ୍ଧତି, ପରିବେଶ ସୁରକ୍ଷା ପ୍ରତି ତତ୍ପରତା ର ଭୁୟସୀ ପ୍ରଶଂସା କରିଥିଲେ l ଵି. ଇ. ଓ ଙ୍କ ଦ୍ୱାରା ତାଙ୍କୁ ମାନ ପତ୍ର ପ୍ରଦାନ କରାଯାଇ ଥିଲା ଓ ସମସ୍ତେ ଏକ ସ୍ୱରରେ ତାଙ୍କ ଦୀର୍ଘ ଓ ସୁଖମୟ ଜୀବନ ର କାମନା କରିଥିଲେ l ଦୀର୍ଘ 34 ବର୍ଷ କାର୍ଯ୍ୟ କାଳ ମଧ୍ୟରେ ସେ ବିଭିନ୍ନ ବିଦ୍ୟାଳୟ ରେ ସହକାରୀ ଶିକ୍ଷୟିତ୍ରୀ / ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଦାୟିତ୍ୱ ରେ ରହି ସୁଚାରୁ ରୂପେ କାର୍ଯ୍ୟ ତୁଲାଇ ଅଛନ୍ତି ଓ ସମସ୍ତଙ୍କ ନିକଟରେ ପ୍ରଶଂସା ଭାଜନ ହେବାକୁ ସକ୍ଷମ ହୋଇ ପାରିଛନ୍ତି l ସେ ସ୍ଥାନୀୟ ପୂର୍ବତନ ଶ୍ରମିକ ନେତା ତଥା ମାଲକାନଗିରି ଜ଼ିଲ୍ଲାର ଅନ୍ୟତମ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ଖାଡ଼ଙ୍ଗା ଙ୍କ ବଧୂ ଓ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀଯୁକ୍ତ ଶିବ ପ୍ରସାଦ ଖାଡ଼ଙ୍ଗା ଙ୍କ ପତ୍ନୀ ଅଟନ୍ତି l

Leave a Reply

Your email address will not be published. Required fields are marked *