କବିସୂର୍ଯ୍ୟ ରକ୍ତଦାନ ସେବାସଙ୍ଘର ବିଭିନ୍ନ ପ୍ରତିଯୋଗିତା

କବିସୂର୍ଯ୍ୟନଗର :-୦୪/୦୮ ରବିବାର ଦିନ କବିସୂର୍ଯ୍ୟ ରକ୍ତଦାନ ସେବା ସଂଘର ପ୍ରତଷ୍ଠିତା ତଥା ମୂଖ୍ଯ ସଯୋଂଜକ ସୁମନ୍ତ କୁମାର ଚର୍ଚ୍ଚୀଙ୍କ ତତ୍ବାବଧାନରେ କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ, କବିସୂର୍ଯ୍ୟନଗର ତରଫରୁ ସୁନ୍ଦର ହସ୍ତାକ୍ଷର ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତା କବିସୂର୍ଯ୍ୟନଗର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ କବିସୂର୍ଯ୍ୟ ନଗର ଗୋଷ୍ଠୀ ଶିକ୍ଷାଧିକାରୀ ଅଭିମନ୍ୟୁ ସାହୁ ଊଦ୍ଘାଟନ କରିଥିଲେ । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସଂପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍ ପଣ୍ଡିତ ନିଖିଳ କୁମାର ସାହୁ ପ୍ରତିଯୋଗୀ ମାନକୁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧକ୍ଷା ହେନା ବଳିଆର ସିଂହ ସଂଯୋଜନା କରିଥିଲେ ।

ପରିକ୍ଷାକୁ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଅପା, ଭାଇମାେନ ସହଯୋଗ କରିଥିଲେ । ପ୍ରତିଯୋଗୀତାକୁ ସଂଘର କାର୍ଯ୍ୟକର୍ତ୍ତା ମାନେ ଯଥା-ଡ.ସୁରେନ୍ଦ୍ରନାଥ ସାହୁ, ବିକ୍ରମ ପ୍ରଧାନ,ସଂଘମିତ୍ରା ଚର୍ଚ୍ଚୀ, କିରଣ କୁମାର ଦାଶ, ଧବଳେଶ୍ବର ସାହୁ, ରାଜେନ୍ଦ୍ର ମହାରଣା, ସମରଜିତ ଦଳାଇ, ମଣ୍ଟୁ ସେଠୀ, ଶକ୍ତି ପ୍ରସାଦ ପ୍ରଧାନ, ରଞ୍ଜନ ନାହାକ, ମନୋଜ ପୃଷ୍ଟି, ନଵୀନ ନାହାକ, ଜାନକୀ ନାହାକ, ନିଳମାଧବ ହୋତା, ରାଜେଶ ମହାରଣା, ପ୍ରସନ୍ନ ତ୍ରିପାଠୀ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ନାରାୟଣ ଦାଶ, ଡା.ସତ୍ୟନାରାୟଣ ପାତ୍ର, ମୁକେଶ ଜେନା ପରିଚାଳନା କରିଥିଲେ । ପ୍ରତିଯୋଗୀତା ରେ ୩୦୦ରୁ ଊର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ପ୍ରତିଯୋଗୀତା ରେ ପ୍ରତି ବିଭାଗରୁ ପ୍ରଥମ ୫ ଜଣକୁ ଆସନ୍ତା ୫ମ ବାର୍ଷିକ ଊତ୍ସବ ୨୦୨୪ ରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସଂଘର ମୁଖ୍ଯ ସଂଯୋଜକ ସୁମନ୍ତ କୁମାର ଚର୍ଚ୍ଚୀ ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *