ହିପ୍ ହପ୍ ବକ୍ସ ଡ୍ୟାନ୍ସ ସ୍ଟୁଡ଼ିଓ ଦ୍ଵାରା ଜିଲ୍ଲାର ପ୍ରଥମ ଡ୍ୟାନ୍ସ ୱାର୍କ ସପ୍
**ଯାଜପୁର ବ୍ୟାସନଗର ଡାକବଙ୍ଗଳା ଛକ ଠାରେ ହିପ୍ ହପ୍ ବକ୍ସ ଡ୍ୟାନ୍ସ ସ୍ଟୁଡ଼ିଓ ରେ ଅଭିଜ୍ଞ ନୃତ୍ୟ ଶିକ୍ଷକଙ୍କ ଦ୍ଵାରା ଜିଲ୍ଲାର ପ୍ରଥମ ଡ୍ୟାନ୍ସ ୱାର୍କ ସପ୍ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ମୁଖ୍ୟ ଜେ.ପି. ମହାପାତ୍ର ଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି କେନ୍ଦ୍ର ରେ ଡାନ୍ସ ମାଷ୍ଟର ଦି କ୍ରେଟ୍ ଓ ପ୍ରିତମ ମିଶ୍ର ଙ୍କ ଦ୍ଵାରା ନୂତନ ଶୈଳୀ ଓ ଅତ୍ୟାଧୁନିକ କୌଶଳ ରେ ପିଲାମାନଙ୍କୁ ନୃତ୍ୟ ଓ ସଂଗୀତ ଶିକ୍ଷାଦାନ ଦିଆଯାଇଛି l ପିଲା ମାନେ କିଭଳି ଭାବରେ ଆଗାମୀ ଦିନରେ ଜଣେ ଭଲ ନୃତ୍ୟକାର ହୋଇ ସମାଜ ରେ ପରିଚୟ ସ୍ତୃଷ୍ଟି କରିବା ସଂଗେ ସଂଗେ ନୃତ୍ୟ କଳା କୁ ଆଦରି ନେବା ପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ l

ପିଲା ମାନଙ୍କ ର ଶିକ୍ଷା ସହିତ କିଛି ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ତଥା କ୍ରୀଡା, ଡ୍ୟାନ୍ସ, କଳା ରହିଲେ ପିଲାମାନେ ଆହୁରୀ ଆଗକୁ ବଢିବେ ବୋଲି ଡାନ୍ସ ମାଷ୍ଟର ଦି କ୍ରେଟ୍ କହିଥିଲେ l ଯାଜପୁର ରେ ଏହି ହିପ୍ ହପ୍ ବକ୍ସ ସ୍ଟୁଡ଼ିଓ ଆହୁରି ଆଗକୁ ଏକ ଅତ୍ୟଧୁନିକ ଡାନ୍ସ କ୍ରିଏସନ ରେ ପରିଣତ ହେବ ବୋଲି ପିଲାମାନଙ୍କ ସହ ଅଭିଵାବକ ମାନେ ଆଶା ରଖିଛନ୍ତି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
