ହର୍ ଘର୍ ତ୍ରିରଙ୍ଗା ପାଇଁ ପତାକା ପ୍ରସ୍ତୁତି ଶେଷ, ବଣ୍ଟନ ଆରମ୍ଭ
୭୮ ତମ ସ୍ଵାଧୀନତା ଦିବସ – ୨୦ ୨୪ ପାଳନ ଅବସରରେ ପାଳନ କରାଯାଉଥିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଘରକୁ ଘର ତ୍ରିରଙ୍ଗା ପତାକା ବଣ୍ଟନ ନିମନ୍ତେ ମିଶନ ଶକ୍ତି କରିଆରେ ପତାକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚୁଛି । ସରକାରୀ ନିର୍ଦ୍ଦେଶ ମତେ ମିଶନ ଶକ୍ତିର ବ୍ଳକ ସ୍ତରୀୟ ଫେଡ଼େରେସନ ଜରିଆରେ ଟେଲରିଂ ୟୁନିଟ୍ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ପତାକା ତିଆରି ପାଇଁ ଆଦେଶ ଦିଆଯାଇଛି ।

ଜିଲ୍ଲାର ୭ଟି ବ୍ଳକ ସହ ଗନ୍ଦବାଲି- ୨ କୁ ମଧ୍ୟ ଏହି ଦାୟୀତ୍ବ ଅର୍ପଣ କରାଯାଇଛି । ସୂଚନା ଯୋଗ୍ୟ କି ଭଦ୍ରକ ଜିଲ୍ଲା ପାଇଁ ୨ ଲକ୍ଷ ପଚାକା ତିଆରି ଧାର୍ଯ୍ୟ ଲକ୍ଷ୍ୟ ଥିବାରୁ ଏଥିପାଇଁ ବାସୁଦେବପୁର ବ୍ଳକ୍ ର ୧୬ଟି ଗୋଷ୍ଠୀକୁ ୩୫,୦୦୦, ଭଦ୍ରକ ବ୍ଳକର ୧୦ଟି ଗୋଷ୍ଠୀ କୁ ୪୦,୦୦୦, -ଭଣ୍ଡାରୀପୋଖରୀ ବ୍ଳକ ର ୨୦ ଟି ଗୋଷ୍ଠୀକୁ ୧୫,୦୦୦ ବନ୍ତ ବ୍ଳକ୍ ର ୨୪ ଟି ଗୋଷ୍ଠୀକୁ ୩୫,୦୦୦, ସ୍କନ୍ଦବାଲିରେ ୧ ର ୧୪ଟି ଗୋଷ୍ଠୀକୁ ୧୫,୦୦୦, ନ୍ଦବାଲି – ୨ କୁ ୧୬ ଟି ଗୋଷ୍ଠୀକୁ ୧୫,୦୦୦ ଏବଂ ତିହିଡ଼ିର ୬ଟି ଗୋଷ୍ଠୀକୁ ୨୦,୦୦୦ ସମୁଦାୟ ୧୧୭ ଟି ଗୋଷ୍ଠୀକୁ ୨ ଲକ୍ଷ ପତାକା ପ୍ରସ୍ତୁତି ପାଇଁ ଆଦେଶ ପ୍ରଦାନ କରାଯାଇଛି । ପୁଣି ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ୩୩ ହଜାର ପତାକା ପ୍ରସ୍ତୁତି ପାଇଁ ସରକାରୀ ନିର୍ଦ୍ଦେଶ ଆସିଥିବାରୁ ସେଥିପାଇଁ ମଧ୍ୟ ପ୍ରସ୍ତୁତି କୁ ତ୍ବରାନ୍ବିତ କରାଯାଇଛି । ଅଗଷ୍ଟ ୧୨ ରୁ ବ୍ଳକରେ ବି.ଡି.ଓ. ଏବଂ ପୌରାଞ୍ଚଳରେ କାର୍ଯ୍ୟ ନିର୍ବାହୀ ଅଧୁକାରୀ ମାନଙ୍କ ନେତୃତ୍ବରେ ପତାକା ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯିବାର ଯୋଜନା କରାଯାଇଛି । ଘରେ ଘରେ ଯେପରି ପତାକା ଉଡ଼ିବ ସେଥିପାଇଁ ବିଭିନ୍ନ ମାଧ୍ଯମରେ ପ୍ରସ୍ତର ପ୍ରସାର କରାଯାଉଛି । ହର ଘର ତ୍ରିରଙ୍ଗା ର ମାହୋଲ ସୃଷ୍ଟି ପାଇଁ ଜିଲ୍ଲା ଓ ବ୍ଳକ ପ୍ରଶାସନ ତରଫରୁ ତ୍ରିରଙ୍ଗା ସାଇକେଲ ଓ ମୋଟର ସାଇକେଲ ରାଲି, ତ୍ରିରଙ୍ଗା ପଦଯାତ୍ରା, ତ୍ରିରଙ୍ଗା କନସର୍ଟ, ତ୍ରିରଙ୍ଗା କ୍ୟାନଭାସ, ସେଫି ପଏଣ୍ଟ ଆଦି କାର୍ଯ୍ୟକ୍ରମ ଆୟୋଜନ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ।
